Home ଓଡ଼ିଶା ପକେଟ ଖାଲି କରୁଛି ପରିବା ଦର – ଆକାଶ ଛୁଆଁ

ପକେଟ ଖାଲି କରୁଛି ପରିବା ଦର – ଆକାଶ ଛୁଆଁ

89

ନୂଆଦିଲ୍ଲୀ ୨୧-୧୦ (ଓଡ଼ିଆ ପୁଅ) : ପାର୍ବଣ ଋତୁ ଆରମ୍ଭ ହେବା ମାତ୍ରେ ବଜାରରେ ପରିବା ଦରରେ ମହଁଗା ଲୋକଙ୍କୁ କନ୍ଦାଇଲାଣି। ପନିପରିବାର ମୂଲ୍ୟ ଆକାଶଛୁଆଁ ହେଉଛି। ଦେଶର ବିଭିନ୍ନ ସ୍ଥାନରେ ଅସମୟ ବର୍ଷା କାରଣରୁ ଆଳୁ-ପିଆଜ ଏବଂ ଟମାଟୋର ମୂଲ୍ୟ ବୃଦ୍ଧି ପାଇଛି।

ବଜାରରେ ଟମାଟୋ କିଲୋଗ୍ରାମ ପିଛା ୫୦ ରୁ ୮୦ ଟଙ୍କା ଏବଂ ଆଳୁ କିଲୋଗ୍ରାମ ୪୦ ରୁ ୬୦ ଟଙ୍କା ରେ ବିକ୍ରି ହେଉଛି। ପିଆଜ କିଲୋଗ୍ରାମରେ ୬୦-୭୦ ଟଙ୍କାରେ ବିକ୍ରି ହେଉଛି।

ପିଆଜ ଗତ ବର୍ଷ ଭଳି ଗ୍ରାହକଙ୍କୁ କନ୍ଦାଇବା ଆରମ୍ଭ କଲାଣି। କୁହାଯାଉଛିଯେ, ଆସନ୍ତା ଦୀପାବଳି ପର୍ଯ୍ୟନ୍ତ ପିଆଜର ଦର ୧୦୦ ଛୁଁଇଁବ। ଫସଲ ବର୍ଷା କରାଣରୁ ନଷ୍ଟ ହୋଇଯିବା କାରଣରୁ ପିଆଜର ମୂଲ୍ୟ କ୍ରମାଗତ ଭାବରେ ଆକାଶକୁ ଛୁଇଁଲାଣି, ଯାହା ସାଧାରଣ ଗ୍ରାହକଙ୍କୁ ଅସୁବିଧାରେ ପକାଉଛି।

ପାର୍ବଣ ଋତୁରେ, ମହଁଗା ଦର ଲୋକମାନଙ୍କ ପାଇଁ ଏକ ବଡ ସମସ୍ୟା ଉପୁଜିଛି। ପୂର୍ବରୁ, କରୋନା ସଙ୍କଟ ଲୋକଙ୍କ ଆର୍ଥିକ ସ୍ଥିତିକୁ ବହୁତ ପ୍ରଭାବିତ କରିଛି, ବର୍ତ୍ତମାନ ଲୋକମାନେ ପନିପରିବା ମୂଲ୍ୟରେ ଦୁଇଗୁଣ ବୃଦ୍ଧି ପାଇବାରୁ ଅତିଷ୍ଠ ହେଲେଣି ଜନ ସାଧାରଣ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.