Home ଓଡ଼ିଶା ରଣପୁର ଭାଜପା ତରଫରୁ ବ୍ଲକ ଆଗରେ ବିକ୍ଷୋଭ

ରଣପୁର ଭାଜପା ତରଫରୁ ବ୍ଲକ ଆଗରେ ବିକ୍ଷୋଭ

26

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୯/୦୭- ରଣପୁର ଭାରତୀୟ ଜନତା ପାର୍ଟି ତରଫରୁ ରଣପୁର ବ୍ଲକ ଆଗରେ ବିକ୍ଷୋଭ ଓ ଦାବୀ ପତ୍ର ପ୍ରଦାନ କରିଥିବା ଜଣାପଡିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ମସିହା ସୁଦ୍ଧା କାହା ମୁଣ୍ଡ ଉପରେ ଚାଳ ରହିବ ନାହିଁ ସମସ୍ତେ ପକ୍କାଘରେ ରହିବେ ବୋଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କଲେ । କିନ୍ତୁ ଓଡିଶାର ବିଭିନ୍ନ ବ୍ଲକ ରେ ହିତାଧିକାରୀ ଚୟନ ରେ ଦଳୀୟ ଭିତ୍ତି ରେ ଚୟନ କରାଗଲା । ଯାହାକୁ ଭାରତୀୟ ଜନତା ପାର୍ଟି ବିରୋଧ କରିବାରୁ ତିନି ତିନି ଥର ହିତାଧିକାରୀ ତାଲିକା ଅନୁସାରେ ତଦନ୍ତ କରାଗଲା । କିନ୍ତୁ ତଦନ୍ତ ରିପୋର୍ଟ ସରକାରୀ ଅଧିକାରୀ ଙ୍କ ନାଲି ଫିତା ତଳେ ଚାପିହୋଇ ରହିଛି । କିନ୍ତୁ ରାଜନୈତିକ ଉଦ୍ଦେଶ୍ୟ ରେ ଗରୀବ ଯୋଗ୍ୟ ହିତାଧିକାରୀ ଙ୍କୁ ବାଦ  ଦେଇ ଦଳୀୟ ସମର୍ଥକ ଙ୍କୁ ଆବାସ ଯୋଜନା କାର୍ଯ୍ୟାଦେଶ ପ୍ରଦାନ ଅଭିଯୋଗ ହେଉଛି ।

ଏପରିକି ଭିନ୍ନକ୍ଷମ ମାନେ ମଧ୍ୟ ବାଦ୍ ପଡୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବିଜୁ ପକ୍କାଘର ଫଳକ ମରାଯିବାର ଅଭିଯୋଗ ହେଉଛି । ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁରମା ପାଢୀ ଙ୍କ ନେତୃତ୍ୱ ରେ ରଣପୁର ବ୍ଲକ ଉପାଧକ୍ଷ ପ୍ରଶାନ୍ତ ନାୟକ , ଜିଲ୍ଲା ସାଧାରଣ ସମ୍ପାଦକ ପରେଶଚନ୍ଦ୍ର ମିଶ୍ର , ଜିଲ୍ଲା ସମ୍ପାଦକ ତାପସ ରଞ୍ଜନ ମାର୍ଥା , ମଣ୍ଡଳ ସଭାପତି  ନିର୍ମଳ ମତ୍ତଗଜସିଂ , ମଣ୍ଡଳ ସଭାପତି ଜିିତେନ୍ଦ୍ର କୁମାର ସାହୁ , ସରପଞ୍ଚ ଜୟନ୍ତ ନାୟକ , ବ୍ଲକ ସାଧାରଣ ସମ୍ପାଦକ ଅଭିଶେକ ସାମନ୍ତରାୟ ଆଦି ବହୁ ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.