Home Top News ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ

85

ନୂଆଦିଲ୍ଲୀ ୯-୭ (ଓଡ଼ିଆ ପୁଅ) ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର। ୮୯ ବର୍ଷୀୟ କଲ୍ୟାଣ ସିଂ ଲକ୍ଷ୍ନୌର PGI ରେ ଚିକିତ୍ସିତ ହେଉଛନ୍ତି। କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତିତ ଅଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି, “କଲ୍ୟାଣ ସିଂ ଜୀଙ୍କର ଶୀଘ୍ର ଆରୋଗ୍ୟ କାମନା ପାଇଁ ଭାରତରେ ଅସଂଖ୍ୟ ଲୋକ ପ୍ରାର୍ଥନା କରୁଛନ୍ତି। ଗତକାଲି ଜେପି ନଡ୍ଡା ଜୀ, ମୁଖ୍ୟମନ୍ତ୍ରୀ, ଯୋଗୀ ଆଦିତ୍ୟନାଥ ଜୀ ଏବଂ ଅନ୍ୟମାନେ ତାଙ୍କୁ ଭେଟିବା ପାଇଁ ଡାକ୍ତରଖାନା ଯାଇଥିଲେ, ମୁଁ ତାଙ୍କ ନାତିଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିଲି।”

ସୂଚନାଯୋଗ୍ୟଯେ, ଭାରତୀୟ ଜନତା ପାର୍ଟି (ବିଜେପି) ଜାତୀୟ ସଭାପତି ଜେପି ନଡ୍ଡା ଗତକାଲି ଲକ୍ଷ୍ନୌ ଡାକ୍ତରଖାନାରେ ଭର୍ତ୍ତି କଲ୍ୟାଣ ସିଂଙ୍କୁ ଭେଟିବାକୁ ଯାଇଥିଲେ। ବିଳମ୍ବିତ ରାତିରେ ନଡ୍ଡା ବିମାନ ବନ୍ଦରରୁ ସିଧାସଳଖ SGPGI ରେ ପହଞ୍ଚି ସେଠାରେ ପୂର୍ବତନ ୟୁପି ସିଏମ ତଥା ଭେଟେରାନ ବିଜେପି ନେତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ।

ବିଜେପି ସଭାପତି ଜେପି ନଡ୍ଡାଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ୟୁପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂ ମଧ୍ୟ ଉପସ୍ଥିତ ଥିଲେ। କଲ୍ୟାଣ ସିଂ ଦୁଇ ସପ୍ତାହ ଧରି ଅସୁସ୍ଥ ଅଛନ୍ତି ଏବଂ PGI ଲକ୍ଷ୍ନୌରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ପ୍ରଥମେ ଆରଏମଏଲ ଇନଷ୍ଟିଚ୍ୟୁଟରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ପରେ ତାଙ୍କୁ PGI କୁ ସ୍ଥାନାନ୍ତର କରାଯାଇଥିଲା।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହା ମଧ୍ୟ ଫୋନରେ ପୂର୍ବତନ ସିଏମ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ସିଏମ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କୁ ଅନେକ ଥର ଡାକ୍ତରଖାନାରେ ଭେଟିଛନ୍ତି। ଜେପି ନଡ୍ଡା ଗୁରୁବାର ସନ୍ଧ୍ୟାରେ କଲ୍ୟାଣ ସିଂଙ୍କୁ ଭେଟିବା ପରେ ଟୁଇଟ୍ କରି କହିଛନ୍ତି, ‘କଲ୍ୟାଣ ସିଂ ଜୀଙ୍କୁ ଭେଟିବା ଏବଂ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବାକୁ ପାଇଥିଲେ। ସେ ତାଙ୍କ ଆସୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.