Home କୋରାପୁଟ ନିତ୍ୟ ବ୍ୟବହୃତ ଜିନିଷ ମୂଲ୍ୟ ବୃଦ୍ଧି ପ୍ରତିବାଦରେ କୋରାପୁଟ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ନିତ୍ୟ ବ୍ୟବହୃତ ଜିନିଷ ମୂଲ୍ୟ ବୃଦ୍ଧି ପ୍ରତିବାଦରେ କୋରାପୁଟ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

27

କୋରାପୁଟ ୦୯-୦୭(ଓଡିଆ ପୁଅ /ରଂଜନ ଦାସ) କେନ୍ଦ୍ର ସରକାରଙ୍କ ନିତ୍ୟ ବ୍ୟବହୃତ ଜିନିଷ ମୂଲ୍ୟ ବୃଦ୍ଧି ପ୍ରତିବାଦରେ କୋରାପୁଟ ସଦର ମହକୁମାରେ କଂଗ୍ରେସ ନେତା ଓ କର୍ମିମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ମାଉସୀମା ମନ୍ଦିର ଛକରୁ ଏକ ଶୋଭାଯାତ୍ରାରେ କଂଗ୍ରେସ ନେତା ଓ କର୍ମିମାନେ କୋରାପୁଟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ କୋରାପୁଟ ମ୍ୟୁନସିପାଲଟି କାର୍ଯ୍ୟାଳୟ ସମ୍ମୁଖରେ କିଛି ସମୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।କୋରାପୁଟ ମ୍ୟୁନସିପାଲଟି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୂର୍ବତନ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ରୁପକ ତୁରୁକ ଓ ପୂର୍ବତନ ନଗରପାଳ ଭଗବାନ ବାହିନିପତି ସାଇକେଲ ଚଳାଇ ପ୍ରତିବାଦ କରୁଥିବା ଲକ୍ଷ୍ୟ କରାଯାଇଥିଲା ।ପୂର୍ବତନ ବିଧାୟକ ନିମାଇଁ ସରକାର , କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି ,ଜିଲ୍ଲା କିସାନ କଂଗ୍ରେସ କମିଟିର ସଭାପତି ଭାବାନୀ ରଥ, କୋରାପୁଟ ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ , କୋରାପୁଟ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ବାଖ୍ୟା ,କୋରାପୁଟ ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥି କୃଷ୍ଣ କୁଲଦୀପ ,କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ, ଭବାନୀ ଶଙ୍କର ମିଶ୍ର , ବିଜୟ କୁମାର ରାଓ , ରମେଶ ଖରା , ଗୋପୀନାଥ ପଳେଇ ,ଚନ୍ଦ୍ରପ୍ରଭା ହିଆଲ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ନେତା ଓ କର୍ମିମାନେ ଉପସ୍ଥିତ ଥିଲେ ।ଦେଶରେ ପେଟ୍ରୋଲ , ଡିଜେଲ , ରନ୍ଧନ ଗ୍ୟାସ ଓ ଖାଇବା ତେଳ ବୃଦ୍ଧି ପାଉ ଥିବା ବେଳେ କେନ୍ଦ୍ର ସରକାର ନିଦ୍ରାରେ ଶୋଇଛନ୍ତି ବୋଲି କଂଗ୍ରେସ ନେତା ରୁପକ ତୁରୁକ ଅଭିଯୋଗ କରିଥିଲେ ।ଗଣତାନ୍ତ୍ରିକ ପ୍ରକ୍ରୀୟାରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଜାତୀୟ କଂଗ୍ରେସ ଚେଷ୍ଟା କରୁଛି ବୋଲି ସେ ପ୍ରକାଶ କରିଛନ୍ତି । ଏ ଲଢେଇ କଂଗ୍ରେସ ନୁହେଁ ଏହା ଜନସାଧାରଣଙ୍କ ପେଟ ଓ ଜୀବିକା ପାଇଁ ଲଢେଇ  ବୋଲି ସେ ସୂଚନା ଦେଇଛନ୍ତି । ବିକ୍ଷୋଭ ପ୍ରଦର୍ଶନର ପ୍ରଭାବକୁ ଯଦି କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତା ନ କରନ୍ତି ତେବେ ଭିନ୍ନପନ୍ଥା ଅବଲମ୍ବନ କରାଯାଇ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସେ  ପ୍ରକାଶ କରିଛନ୍ତି ।ତୈଳଦର ବୃଦ୍ଧିରେ ମଧ୍ୟବିତ ଶ୍ରେଣୀର ଲୋକମାନେ ଅଧିକା ହଇରାଣ ହେଉଛନ୍ତି ତେଣୁ ତୈଳଦର ହ୍ରାସ କରିବାକୁ କଂଗ୍ରେସ ନେତା କୃଷ୍ଣ କୁଲଦୀପ ଦାବି କରିଛନ୍ତି ।ଯଦି ହ୍ରାସ ନ ପାଇ ତେବେ ଆନ୍ଦୋଳନକୁ ଆହୁରୀ ତୀବ୍ର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।ରନ୍ଧନ ଗ୍ୟାସ ବୃଦ୍ଧି କରାଯାଉଥିବାରୁ ମଧ୍ୟବିତ ଓ ଗରୀବ  ଶ୍ରେଣୀର ମହିଳାମାନଙ୍କ ବଜେଟରୁ ଅଧିକା ହେଉଥିବାରୁ ଅନେକ ସମସ୍ୟା ଉପୁଜିଛି ତେଣୁ ରନ୍ଧନ ଗ୍ୟାସ ଦର ତୁରନ୍ତ ହ୍ରାସ କରିବାକୁ ଗୃହିଣୀ ଚନ୍ଦ୍ରପ୍ରଭା ହିଆଲ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.