Home ଓଡ଼ିଶା ରଣପୁର ବନାଂଚଳ ବନ୍ଧମୁଣ୍ଡା ଜଙ୍ଗଲରେ ବାଘ ଦେଖି ଲୋକେ ଭୟଭିତ

ରଣପୁର ବନାଂଚଳ ବନ୍ଧମୁଣ୍ଡା ଜଙ୍ଗଲରେ ବାଘ ଦେଖି ଲୋକେ ଭୟଭିତ

44

ନୟାଗଡ ୧୮/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲାର ରଣପୁର ବନାଂଚଳ ଖୋର୍ଦ୍ଧା ବନଖଣ୍ଡ ଅଧିନରେ। ବନ ବିଭାଗ କର୍ମଚାରୀ ମାନଙ୍କ ଉଦ୍ୟମ ଯୋଗୁଁ ବନ୍ୟ ସମ୍ପଦର ସୁରକ୍ଷା ସାଙ୍ଗକୁ ବନ୍ୟଜନ୍ତୁ ସୁରକ୍ଷିତ ହୋଇପାରିଛନ୍ତି। ଅତିତରେ ବାଘ ଶୀକାରକୁ ନେଇ ରଣପୁର ବନାଂଚଳ ଚର୍ଚ୍ଚାର ପରିଧି ଭିତରେ ରହି ଆସୁଥିଲା। ବାଘ ଗଣନା ସମୟରେ ରଣପୁର ବନାଂଚଳରେ ବାଘ ଚଳ ପ୍ରଚଳ ହେଉଥିବା ଜଣାପଡିଥିଲା। ବନ୍ଧମୁଣ୍ଡା ପଞ୍ଚାୟତରେ ନିର୍ବାଚନ ଚାଲିଥିବା ସମୟରେ ଟିକିରାଇପଡା ନିକଟରେ ଲୋକମାନେ ଏକ ବାଘ ଦେଖି ଭୟଭିତ ହୋଇପଡିଥିଲେ।

ବାଘ କାହାର କିଛି କ୍ଷତି ନକରିଥିଲେ ମଧ୍ୟ ବାଘ ବୁଲିବା ଦେଖି ଲୋକମାନେ ଭୟଭିତ ହୋଇପଡିଛନ୍ତି। ଏ ସର୍ମ୍ପକେ ରଣପୁର ବନାଂଚଳ ଅଧିକାରୀ ସୁବ୍ରତ କୁମାର ବେହେରାଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ବାଘ ବୁଲିବା ଖବର ପାଇବା ପରେ କିଛି କର୍ମଚାରୀଙ୍କୁ ବନାଂଚଳକୁ ପଠାଯାଇଛି। ସେମାନେ ଫେରିବା ପରେ ବାଘର ଉପସ୍ଥିତି ସ୍ପଷ୍ଟହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.