Home ଓଡ଼ିଶା ରଣପୁର ବ୍ଲକ ରେ ୧୧ତମ ଜାତୀୟ ମତଦାନ ଦିବସ ଅନୁଷ୍ଠିତ

ରଣପୁର ବ୍ଲକ ରେ ୧୧ତମ ଜାତୀୟ ମତଦାନ ଦିବସ ଅନୁଷ୍ଠିତ

43

ନୟାଗଡ/୨୫/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ସମ୍ମିଳନୀ କକ୍ଷରେ ଜାନୁୟାରୀ ୨୫ ତାରିଖ ରେ ୧୧ତମ ଜାତୀୟ ମତଦାନ ଦିବସ ପାଳିତ ହୋଇଯାଇଅଛି । ରଣପୁର ବି.ଡି.ଓ ପଞ୍ଚାନନ ପଟ୍ଟାୟତ ଏହି ଦିବସ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଗ୍ରାମପଞ୍ଚାୟତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ମତଦାନ ଦିବସ ପ୍ରାଧାନ୍ୟତା ସର୍ମ୍ପକରେ ସମସ୍ତ ଉପସ୍ଥିତ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ବୁଝାଇ ଥିଲେ । ପ୍ରଥମେ ସମସ୍ତେ ମତଦାନ ସମୟରେ ଦେଶର ସାର୍ବଭୈାମତ୍ୱ ଓ ଦେଶର ଅଖଣ୍ଡତା ବଜାୟ ରଖିବା ପାଇଁ ଶପଥ ପାଠ କରିଥିଲେ ।

ନୂତନ ଭୋଟର ଆଶ୍ରା ସିଂ ଦେଓ ଙ୍କ ସମେତ ଅନେକ ଙ୍କୁ ଭୋଟ ପରିଚୟ ପତ୍ର ବଣ୍ଟନ କରିଥିଲେ । ନୂତନ ଭୋଟର ଆଶ୍ରା ସିଂ ଦେଓ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗଣତନ୍ତ୍ର ସରକାର ରେ ନୂତନ ଭାବେ ମତଦାନ ସାବ୍ୟସ୍ତ କରିବାର ଅଧିକାର ପାଇଛନ୍ତି  ସେଥିପାଇଁ ଅନେକ ଖୁସି ଅନୁଭବ କରିଛନ୍ତି । ଆଗାମୀ ଦିନିରେ ମତଦାନ ସାବ୍ୟସ୍ତ ସମୟରେ କୈଣସି ଦଳ କୁ ପ୍ରାଧାନ୍ୟ ନ ଦେଇ ବ୍ୟକ୍ତି କୁ ପ୍ରାଧାନ୍ୟ ଦେଇ ମତଦାନ କରିବେ ବୋଲି କହିଛନ୍ତି । ସେହିଭଳି ଅନ୍ୟ ନୂତନ ଭୋଟ ପରିଚୟ ପତ୍ର ପାଇଥିବା ଯୁବକ ଯୁବତୀ ମାନେ ଖୁସି ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.