Home କେନ୍ଦୁଝର ବାଇକ ଚୋରୀକରି ଛାଡିଗଲେ

ବାଇକ ଚୋରୀକରି ଛାଡିଗଲେ

47

ହାଟଡିହି, ୨୫ /୧- (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହିି ବ୍ଲକ ସୋସୋ ଥାନା ଶଙ୍କପାଲିଆ ହାଟ ନିକଟରୁ ଏକ ବାଇକ ଚୋରୀ କରିନେବାର ୬ଦିନ ପରେ ତାହାକୁ ଛେନାପଦିଛକ ମନ୍ଦି ନିକଟରେ ଛାଡିଯିବା ଆଲୋଚନାର ବିଷୟ ପାଲଟିଛି । ଛେନାପଦିଛକ ସ୍ଥିତ ମା ତାରିଣୀଙ୍କ ମନ୍ଦିର ନିକଟରେ ଓଡି୦୯ଏନ ୩୦୧୮ ବିଶିଷ୍ଟ ଏକ ହିରୋ ଗ୍ଲାମର ବାଇକଟି ଗତ ୪ଦିନ ଧରି ମା’ଙ୍କ ମନ୍ଦିର ସମ୍ମୁଖରେ ଥୁଆ ଯାଇଥିଲା । ଏତେଦିନ ଧରି ବାଇକଟି ପଡି ରହିଥିବାବେଳେ ଗତକାଲି କିଛି ବ୍ୟବସାୟୀ ଏହାକୁ ଦେଖି ସନ୍ଦେହ କରିଥିଲେ । ଏନେଇ ନନ୍ଦିପଦା ପୁଲିସକୁ ଜଣାଇବାପରେ ନନ୍ଦିପଦା ପୁଲିସ ଗତକାଲି ରାତିରେ ବାଇକଟିକୁ ଥାନାକୁ ନେଇଯାଇଥିଲା । ଏହି ବାଇକଟି ତରତରା ପଞ୍ଚାୟତ ମାଟିଆନେଣ୍ଡି ଗ୍ରାମର ତେନ୍ଦୁଲକର ଆୟଚଙ୍କର ବୋଲି ଜଣାଯାଇଛି । ସେ ଗତ ୧୦ଦିନ ତଳେ ଶଙ୍କଟପାଲିଆ ହାଟକୁ ଯାଇଥିବାବେଳେ କେହି ଦୁର୍ବୁତ ତାଙ୍କ ବାଇକଟିକୁ ନେଇ ଯାଇଥିଲା । ଏନେଇ ସେ ସୋସୋ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ବୋଲି କହିଛନ୍ତି । ଖବରପାଇ ତେନ୍ଦୁଲକର ସୋସୋ ଥାନାକୁ ଯାଇ ଗାଡିଟି ନେବାର ବ୍ୟବସ୍ଥା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.