Home ଓଡ଼ିଶା ବିପଦ ଶଙ୍କୁଳ ମନ୍ଦାକିନୀ ସେତୁ ରେ ବେଧଡକ୍ ଚାଲିଛି ଭାରି ଯାନ

ବିପଦ ଶଙ୍କୁଳ ମନ୍ଦାକିନୀ ସେତୁ ରେ ବେଧଡକ୍ ଚାଲିଛି ଭାରି ଯାନ

40

ନୟାଗଡ/୨୫/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ପୁର୍ତ୍ତ ବିଭାଗ ରାଜସୁନାଖଳା ଠାରୁ ଚାନ୍ଦପୁର ରାସ୍ତାର ଚମ୍ପତିପୁର ଛକରେ ଥିବା ମନ୍ଦାକିନୀ ସେତୁଟି ଅନେକ ଦିନ ହେଲା ବିପଦ ଶଙ୍କୁଳ ହୋଇପଡିଥିଲା । ଗଣମାଧ୍ୟମରେ ଏ ସର୍ମ୍ପକରେ ବାରମ୍ବାର ଖବର ପ୍ରକାଶନ ହେବା ପରେ ପ୍ରଶାସନ ଚେଇଁ ଉଠିଥିବା ଜଣାପଡିଛି । ନୟାଗଡ ଜିଲ୍ଲା ଦିଶା ବୈଠକରେ ଏ ସର୍ମ୍ପକରେ ଆଲୋଚନା ହେବା ପରେ ନୟାଗଡ ପୁର୍ତ୍ତ ବିଭାଗ ମନ୍ଦକିନୀ ସେତୁ କୁ ବିପଦ ଶଙ୍କୁଳ ଘୋଷଣା କରିଥିବା ଜଣାପଡିଛି । ଏ ସର୍ମ୍ପକ ରେ ଏକ ଫଳକ ସେତୁ ନିକଟରେ ମରାଯାଇଛି । କିନ୍ତୁ ଏହି ସେତୁ ରେ ବିପଦ ଶଙ୍କୁଳ ଫଳକ ମରାଯିବା ପରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ଭାରି ଯାନ ଯାତାୟତ କରୁଛି । ରାତି ସାରା ବୋଲଡର ଗାଡି ବୋଝେଇ ହୋଇ ହାଇୱା ଗାଡି ଓ ଲୁହା ପଥର ବୋଝେଇ ଗାଡି ଯାତାୟତ କରୁଛି ।

ମନ୍ଦାକିନୀ ସେତୁ ନିକଟରେ କୈଣସି ଜଗୁଆଳି ନାହାନ୍ତି । ଜନ ସାଧାରଣ ରେ ପ୍ରଶ୍ନ ଏହି ଜଗୁଆଳି ବିହୀନ ମନ୍ଦାକିନୀ ସେତୁ ଦେଇ ଭାରି ଯାତାୟତ ସମୟରେ ଯଦି କିଛି କ୍ଷୟକ୍ଷତି ହୋଇ ଧନ ଜୀବନ ହାନୀ ହେଲେ ସେଥିପାଇଁ କାହାର ଦାଇତ୍ୱ । ଏ ସର୍ମ୍ପକେ ରଣପୁର ପୁର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଦୟାନିଧି ରାୟଗୁରୁ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କ ନିର୍ଦେଶରେ ମନ୍ଦାକିନୀ ସେତୁ ବିପଦ ଶଙ୍କୁଳ ଘୋଷଣା ହୋଇଛି । ଭାରି ଯାନ ସେତୁ ଦେଇ ନ ଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଉଚ୍ଚ ଅଧିକାରୀ ମାନେ ସେତୁ ପରିଦର୍ଶନ କରି ଯାଇଛନ୍ତି । ଆଉ ଯାହା ଅଧିକ ନିର୍ଦେଶ ମିଳିବ ସେହି ଅନୁଯାଇ କାର୍ଯ୍ୟ କରାଯିବ । ଲୁହା ପଥର ବୋଝେଇ ଗାଡି ସହ ଭାରି ଯାନ ନ ଯିବା ପାଇଁ ମନ୍ଦାମିନୀ ସେତୁ ନିକଟରେ ଜଗୁଆଳିର ଆବଶ୍ୟକ ହୋଇପଡିଥିବା ଜନସାଧାରଣ କୁହନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.