Home ଓଡ଼ିଶା ରଣପୁର ବ୍ଲକ ରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାଥମିକ ଭୋଟର ତାଲିକା ପ୍ରକାଶ

ରଣପୁର ବ୍ଲକ ରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାଥମିକ ଭୋଟର ତାଲିକା ପ୍ରକାଶ

34

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୧୧- ସାରା ରାଜ୍ୟ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବିଗୁଲ୍ ବାଜି ସାରିଛି । ସେଥିରୁ ବାଦ୍ ପଡିନି ନୟାଗଡ ଜିଲ୍ଲା ର ସର୍ବବୃହତ୍ ରଣପୁର ବ୍ଲକ । ସାଧାରଣ ନାଗରିକ ଟିଏ ଯେପରି ତାର ରାଜନୈତିକ  ଅଧିକାର ରୁ ବଂଚିତ ହେବ ନାହିଁ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ରଣପୁର ବ୍ଲକ ର ୩୭ ଗୋଟି ଗ୍ରାମ ପଞ୍ଚାୟତ ପ୍ରାଥମିକ ଭୋଟର ତାଲିକା ପଞ୍ଚାୟତ ଗୁଡିକୁ ପଠାଇ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ରିତୁପର୍ଣ୍ଣା ମହାପାତ୍ର , ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ରତନ ଲାଲ୍ ଲୋହରା ଓ ରଣପୁର ବ୍ଲ ଗ୍ରାମପଞ୍ଚାୟତ ଅଧିକାରୀ ସୁବାଷ ଚନ୍ଧ୍ର ସେଠୀ  ବ୍ଲକ ସୂଚନା ଫଳକ ରେ ବିଜ୍ଞପ୍ତି ପ୍ରକାଶ କରିଥିବା ଜଣାପଡିଛି । ଆସନ୍ତା ନଭେମ୍ବର ୨୩ ତାରିଖ ସୁଦ୍ଧା ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରେ ନିଜ ନିଜ ର ନାମ ତନଖି କରି ତ୍ରୁଟି ସଂସୋଧନ ପାଇ ଆବେଦନ କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.