Home ଓଡ଼ିଶା ପାଚିଲା କଟା ଧାନ ଗଜା ଧାନ ଚାଷୀ ମୁଣ୍ଡରେ ଚଡକ

ପାଚିଲା କଟା ଧାନ ଗଜା ଧାନ ଚାଷୀ ମୁଣ୍ଡରେ ଚଡକ

39

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୧୧-  ପ୍ରତିବର୍ଷ ଧାନ ପାଚିଲା ସମୟକୁ ଲଘୁଚାପ ଜନିତ ବର୍ଷା ଲାଗି ରହୁଛି ।  ଯାହାଫଳ ରେ ପ୍ରକୃତି ଚାଷି ଉପରେ ଦାଉ ସାଧିଲା ଭଳି ଅନୁଭବ ହେଉଛି । ଧାନ ପାଚିଲା ପରେ ପାଚିଲା ଧାନ କୁ କାଟି ଚାଷୀ  ଖୁସି ବ୍ୟକ୍ତ କରୁଥିଲେ । କିନ୍ତୁ କଟା ହୋଇଥିବା ପାଚିଲା ଧାନ ଜମି ଉପରେ ବର୍ଷା ପାଣି ଲାଗି ରହିବା ଯୋଗୁଁ ଧାନ ସବୁ ବିଲ ରେ ଜଗା ହେବାକୁ ବସିଲାଣି ।  ଏ ଭଳି ଦେଖିବାକୁ ମିଳିଛି ରଣପୁର ର ମନ୍ଦାକିନୀ ଓ କଙ୍କଡାଝର ନଦୀ ଅବବାହିକା ତଳିଆ ଅଂଚଳ ରେ ।


ଲତାର ମୈାଜାର ପ୍ରଫୁଲ ରାୟ ଙ୍କର  ଏକର ଏକର କଟା ଧାନ ଜମିରେ ପଡି ଏବେ ଗଜା ହେବାକୁ ବସିଲାଣି । ସେହିଭଳି ନନ୍ଦପୁର ମୈାଜା ର ସନ୍ତୋଷ ମୁଦୁଲି , ଟୁଙ୍ଗା ମୁଦୁଲି  ଙ୍କ ଠାରୁ ଆରମ୍ଭ କରି ଅନେକ ଚାଷୀ ଗଜା ଧାନ  ଗୋଛା କରି ଆଣି ଅମଳ କରିବାରେ ବ୍ୟସ୍ତ । କିନ୍ତୁ ଅମଳ ହୋଇଥିବା ଗଜା ଧାନ ଆଉ ଚାଉଳ ବାହାରିବା ଯୋଗ୍ୟ ନୁହେଁ । ସେହି ଧାନ କୁ ନେଇ ଚାଷୀ ମୁଣ୍ଡରେ ଚଡକ ପଡିଥିବା କୁହାଯାଉଛି । ବର୍ଷ ଯାକର ଖାଦ୍ୟ ଚିନ୍ତା ସାଙ୍ଗକୁ ଋଣ ସୁଝିବା ଚିନ୍ତା ଚାଷୀ କୁ ଘାରିଲାଣି । ସରକାରୀ ସହାୟତା ଆଶା ରେ ଧାନ ଚାଷୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.