Home ଓଡ଼ିଶା ରଣପୁର ବ୍ଲକ ଅଂଚଳରେ ୨୫ ମିଲି ମିଟର ବର୍ଷାରେ ଜଳାର୍ଣ୍ଣବ ଧାନକ୍ଷେତ

ରଣପୁର ବ୍ଲକ ଅଂଚଳରେ ୨୫ ମିଲି ମିଟର ବର୍ଷାରେ ଜଳାର୍ଣ୍ଣବ ଧାନକ୍ଷେତ

52

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୧୨- ନୟାଗଡ ଜିଲ୍ଲା ରଣପୁର ଏକ କୃଷି ପ୍ରଧାନ ଅଂଚଳ ଭାବେ ପରିଚିତ । ଶତକଡା ୮୦ ଭାଗ ଲୋକ ବିଶେଷତଃ କୃଷି ଉପରେ ନିର୍ଭର କରନ୍ତି । ବିଶେଷତଃ କୃଷକ ମାନେ ଧାନ ଚାଷ ଉପରେ ନିର୍ଭର କରନ୍ତି । ଚଳିତ ବର୍ଷ ବିଳମ୍ବିତ ବର୍ଷା , ଚକଡା ରୋଗ ଓ ଜହ୍ୱାଦ ବାତ୍ୟାର ବର୍ଷା କୃଷକ ମାନଙ୍କ ଅଣ୍ଟା ଭାଙ୍ଗି ଦେଇଛି ।  ଗତ ୪ ତାରିଖ ରାତ୍ରୀରୁ ବର୍ଷା ଆରମ୍ଭ ହୋଇ ରଣପୁର ବ୍ଲକ  ସୂଚନା ମୁତାବକ ୨୫.୪ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । କୃଷି ବିଭାଗ ତରଫରୁ  ଡାକବାଜି ଯନ୍ତ୍ରଯୋଗେ ତୁରନ୍ତ ପାଚିଲା ଧାନ ଅମଳ ପାଇଁ ଶତର୍କ କରାଯାଇଥିଲେ ମଧ୍ୟ ସମୟର ସ୍ୱଳ୍ପତା ଦୃଷ୍ଟିରୁ ଧାନ ଅମଳ ସମ୍ଭବ ହୋଇନଥିଲା ।

ବର୍ଷାଜଳରେ ଜଳାର୍ଣ୍ଣବ ହୋଇପଡିଛି ଧାନକ୍ଷେତ । ଯାହାଫଳରେ କୃଷକର ଅନ୍ନଚିନ୍ତା ବଢିବା ସହ ସାହୁକାର ଓ ବ୍ୟାଙ୍କରୁ ଧାନଚାଷ ପାଇଁ ଆଣିଥିବା ଋଣ ସୁଝିବା ଚିନ୍ତା ବଢିଯାଇଛି । କ୍ଷୟକ୍ଷତି ଆକଳନ ସର୍ମ୍ପକରେ ରଣପୁର ତହସିଲଦାର ଯୁଗଳ ମିଶ୍ରଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି କୃଷି ବିଭାଗ ଓ ରାଜସ୍ୱ ନିରୀକ୍ଷକ ମାନଙ୍କ ମିଳିତ ତଦନ୍ତ କରି ଖୁବ୍‌ଶୀଘ୍ର କ୍ଷୟକ୍ଷତିର ଆକଳନ କରାଯାଇ ସରକାରଙ୍କୁ ତଥ୍ୟ ପ୍ରଦାନ କରାଯିବ । ସରକାରଙ୍କ ନିର୍ଦେଶ ଅନୁଯାଇ କୃଷକ ମାନଙ୍କୁ ସହାୟତା ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.