Home କୋରାପୁଟ କୋରାପୁଟ ଜଗନ୍ନାଥ ମନ୍ଦିର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତା ନିର୍ବାଚିତ

କୋରାପୁଟ ଜଗନ୍ନାଥ ମନ୍ଦିର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତା ନିର୍ବାଚିତ

31

କୋରାପୁଟ ୦୫-୧୨(ଓଡିଆ ପୁଅ/ରଂଜନ ଦାସ)ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟ ସଭାଗୃହଠାରେ କୋରାପୁଟ ଜଗନ୍ନାଥ ମନ୍ଦିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକକୁ ପି.ସି.ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । କୋରାପୁଟ ବିଧାୟକ ରଘୁରାମ ପଡାଲ,ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି , ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ,ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ,କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ,ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ , କୋରାପୁଟ ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ  ଧିରେନ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଅବସରରେ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।ବରିଷ୍ଠ ସଦସ୍ୟ ପି.ସି.ମହାପାତ୍ର ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।ଜଗବନ୍ଧୁ ସାମଲ ସଂପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ପି.ସି.ମିଶ୍ର ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ ।ଲଲାଟେନ୍ଦୁ ପ୍ରସାଦ ଦେଓ ଯୁଗ୍ମ ସଂପାଦକ ଓ ଭିମସେନ ଜେନା କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।ଅରୁଣ କୁମାର ଦାଶ,ତ୍ରିଲୋଚନ ଶତପଥି,ଭବାନୀ ଶଙ୍କର ମିଶ୍ର,ତ୍ରୀନାଥ ପାତ୍ର ,ପି.ସି.ମହାପାତ୍ର ଓ ଉମାକାନ୍ତ ଦାସ ପ୍ରମୁଖ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ କରାଯାଇଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାପାଳଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.