Home ଓଡ଼ିଶା ରଣପୁର ବ୍ଲକ୍‌ରେ କରୋନା ଭାଇରସ୍ ପାଇଁ ସଚେତନତା

ରଣପୁର ବ୍ଲକ୍‌ରେ କରୋନା ଭାଇରସ୍ ପାଇଁ ସଚେତନତା

321

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୦/୦୩-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ସଭାଗୃହରେ ମାର୍ଚ୍ଚ ୨୦ ତାରିଖ ଦିବା ୧୧ ଘଣ୍ଟା ୩୦ ମିନିଟ୍ ସମୟରେ କରୋନା ଭାଇରସ୍‌କୁ ମୁକାବିଲା କରିବା ପାଇଁ ସୁଚନା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ରଣପୁର ବିଡିଓ ପଂଚାନନ ପଟ୍ଟାୟତ, ବ୍ଲକ୍ ଅଧ୍ୟକ୍ଷା ନିରୁପମା ପ୍ରଧାନ, ଅତିରିକ୍ତ ବିଡିଓ ରତନ୍ ଲାଲ୍ ଲୋହରା, ପୁରୀ ଜିଲ୍ଲା ସାଂସଦ ପ୍ରତିନିଧି ପ୍ରଭାତ କୁମାର ଦଳବେହେରା, ରଣପୁର ପ୍ରେସ୍ କ୍ଲବ୍ ର ବିରଷ୍ଠ ସାମ୍ବାଦିକ ଆଚାର୍ଯ୍ୟ ବିଶ୍ୱରଂଜନ, ସୁକାନ୍ତ ଡାକୁଆ, ବ୍ରଜ ରଣସିଂ, ରମେଶ ପ୍ରଧାନ, କୃଷ୍ଣଚନ୍ଦ୍ର ଦାଶ, ପ୍ରସନ୍ନ ସାମନ୍ତରାୟ । ରାଜସୁନାଖଳା ଜିଲ୍ଲା ପରିଷଦ ସଭ୍ୟା ଭୁବନେଶ୍ୱରୀ ସାହୁ, ରଣପୁର ବ୍ଲକ୍ ସହକାରୀ ଯନ୍ତ୍ରୀ, ଗ୍ରାମ ପଂଚାୟତ ଅଧିକାରୀ ଓ ବ୍ଲକ୍ ସ୍ତରୀୟ ଲାଇନ୍ ବିଭାଗ ଅଧିକାରୀ ଯୋଗ ଦେଇଥିଲେ ।

କାଶ, ଜ୍ୱର, କଫ, ଶ୍ୱାସକ୍ରିୟାରେ କଷ୍ଟ ଆଦି କରୋନା ଜନିତ ସଂକ୍ରମଣ ଲକ୍ଷଣ । ଅନେକ କ୍ଷେତ୍ରରେ ଏହି ସଂକ୍ରମଣ ସାଧାରଣ ଥଣ୍ଡା ବା ଜ୍ୱର ଭଳି ହୋଇଥାଏ । ସଂକ୍ରମିତ ଲୋକ ଭଲ ହୋଇଯାଇଥାଏ । ତେବେ ବୟସ୍କ ଲୋକ କିମ୍ବା ଦୀର୍ଘ ଦିନରୁ ରୋଗଗ୍ରସ୍ତ ଥିବା ହୃଦରୋଗୀ, ଡାଇବେଟିସ୍ ଏବଂ କିଡୀନ୍ ରୋଗୀମାନଙ୍କ ପାଇଁ ଅଧିକ ଯତ୍ନବାନ ହେବା ଉଚିତ୍ ବୋଲି ସଚେତନତା କରାଯାଇଥିଲା । ଏହିଭଳି ଲକ୍ଷଣ ଦେଖିଲେ ନିକଟସ୍ଥ ଡାକ୍ତରଖାନାରେ ପରାମର୍ଶ ନେବା ସହ ଉପଯୁକ୍ତ ବିଶ୍ରାମ, ଲକ୍ଷଣ ଅନୁଯାୟୀ ଚିକିତ୍ସା କରାଇବା, ପୁଷ୍ଟିକର ଖାଦ୍ୟ ଖାଇବା ଓ ମାସ୍କ ପିନ୍ଧିବା ରୋଗୀମାନଙ୍କ ପାଇଁ ଆବଶ୍ୟକ ବୋଲି ସଚେତନତା କରାଯାଇଥିଲା । ନିଜେ ସତର୍କ ଓ ସୁରକ୍ଷିତ ରୁହନ୍ତୁ ଓ ଅନ୍ୟକୁ ମଧ୍ୟ ମାର୍ଗ ଦର୍ଶନ କରାନ୍ତୁ ବୋଲି ବାର୍ତ୍ତା ପ୍ରଚାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.