Home Coronavirus Outbreak ୭ ଜଣରୁ ଅଧିକ ଏକାଠି ହେବା ମନା

୭ ଜଣରୁ ଅଧିକ ଏକାଠି ହେବା ମନା

587

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଆଜି ଆଉ କିଛି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ନୂଆ ନିର୍ଦ୍ଦେଶନାମା ମୁତାବକ ଘର ବ୍ୟତୀତ କୌଣସି ସ୍ଥାନରେ ୭ ଜଣରୁ ଅଧିକ ଏକାଠି ହେବେ ନାହିଁ। ସେହିପରି ଅଧିକ ଲୋକ ଏକାଠି ହେଉଥିବା କଫି ସପ, ରେଷ୍ଟୁରାଣ୍ଟ, ବାର ଆଦି ବନ୍ଦ ରହିବ। ବଜାର, ଖାଉଟି ସାମଗ୍ରୀ, ପନିପରିବା, ମାଂସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହିଁ କେବଳ ବଜାର ଖୋଲିବାକୁ ଅନୁମତି ମିଳିବ। କରୋନା ବ୍ୟତୀତ ଅନ୍ୟ କୌଣସି ସଭା ହୋଇପାରିବ ନାହିଁ। ବିଭିନ୍ନ ଜୟନ୍ତୀ, ମାଲ୍ୟାର୍ପଣ ଆଦି ସରକାରୀ କାର୍ଯ୍ୟକ୍ରମ ଗୁଡିକ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁକୁ ନେଇ ଦେଇଥିବା ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଜଣାଇଥିବା ମଧ୍ୟ ସୁବ୍ରତ ବାଗଚୀ କହିଛନ୍ତି। ରବିବାର ଦିନ ସମସ୍ତ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ସର୍ବସାଧାରଣ ବାହାନଗୁଡିକ ସହର ମଧ୍ୟରେ ବିକଳ୍ପ ଦିନ ଗୁଡିକରେ ଚଳାଚଳ ହେବ। ସମସ୍ତ ହୋଟେଲ ଗୁଡିକୁ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି। ସବୁ ଜିଲ୍ଲାର ଜିଲ୍ଲାପାଳ, ପୁଲିସ ଏସପି, ତହସିଲ ଅଧିକାରୀ ଆଦିଙ୍କୁ ଏହା କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ପକ୍ଷରୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.