Home ଓଡ଼ିଶା ଡକାୟତି ର ମାଷ୍ଟର ମାଇଁଣ୍ଡ ଅଭିଯୋଗରେ ଶେଷ ରାଉଳକୁ କୋର୍ଟ ଚାଲାଣ

ଡକାୟତି ର ମାଷ୍ଟର ମାଇଁଣ୍ଡ ଅଭିଯୋଗରେ ଶେଷ ରାଉଳକୁ କୋର୍ଟ ଚାଲାଣ

102

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୦/୦୩-ନୟାଗଡ ଜିଲ୍ଲା ରଣପୁର ଥାନା ପୋଲିସ୍ ଡକାୟତି ଓ ଡକାୟତି ଯୋଜନା ଅଭିଯୋଗରେ କୁଖ୍ୟାତ ଅପରାଧୀ ଶେଷଦେବ ରାଉଳକୁ କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ପୋଲିସଠାରୁ ସୁଚନା ଅନୁଯାୟୀ ଗତ ୨୩-୧୨-୨୦୧୮ ସଂଧ୍ୟାରେ ରଣପୁର ଜଗନ୍ନାଥ ମନ୍ଦିର ସାମ୍ନାରେ ମା ଜୁଏଲାରୀର ମାଲିକ ରଂଜିତ୍ ସାହୁଙ୍କଠାରୁ ବମ୍ ପକାଇ ଗୁଳି ଫୁଟାଇ ଡକାୟତି ହୋଇଥିଲା । ସେହି ଡକାୟତିରେ ଶେଷଦେବ ରାଉଳ ମାଷ୍ଟର ମାଇଁଣ୍ଡ ଥିଲା । ଅନ୍ୟତମ ଅଭିଯୁକ୍ତା ଯଶୋଦା ନାୟକ ପୁର୍ବରୁ କୋର୍ଟ ଚାଲାଣ ହୋଇଥିଲା । ତାଠାରୁ ଶେଷଦେବ ରାଉଳ ମାଷ୍ଟର ମାଇଁଣ୍ଡ ବୋଲି ପୋଲିସ୍ ସୁରାଗ ପାଇଥିଲା ।

ସେହିଦିନଠାରୁ ପୋଲିସ୍ ତାର ପିଛା କରୁଥିଲା । ଗତ ମାର୍ଚ୍ଚ ୧୯ ତାରିଖ ସଂଧ୍ୟାରେ ଦର୍ପନାରାୟଣପୁର ଫାଣ୍ଡି ନିକଟ ବିଦ୍ୟୁତ୍ ସବ୍‌ଷ୍ଟେସନ୍ ନିକଟରେ କେହି ମଦପିଇ ଗଣ୍ଡଗୋଳ କରୁଥିବା ପୋଲିସ୍ ସୁଚନା ପାଇଥିଲା । ଘଟଣା ସ୍ଥଳରେ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ପହଁଚିବା ପରେ ଜାଣିବାକୁ ପାଇଥିଲେ ଯେ ଗଣ୍ଡଗୋଳ କରୁଥିବା ବ୍ୟକ୍ତି ଡକାୟତିର ମାଷ୍ଟର ମାଇଁଣ୍ଡ ଶେଷଦେବ ରାଉଳ । ତାକୁ କାବୁ କରିବା ସମୟରେ ସେ ପୋଲିସ୍ ଉପରକୁ ମଧ୍ୟ ଆକ୍ରମଣ କରିଥିଲା । ପୋଲିସ୍ ସହ ଧସ୍ତା ଧସ୍ତି ପରେ ପୋଲିସ୍ ତାକୁ କାବୁ କରିନେଇଥିଲା । ଡକାୟତି ଯୋଜନା ଓ ପୋଲିସ୍ ସହ ଧସ୍ତା ଧସ୍ତି୨ଟି ମାମଲାରେ କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି । ଜାମିନ୍ ନାମଂଜୁର ହେବାରୁ ଅଭିଯୁକ୍ତକୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.