Home ଜିଲ୍ଲା ପରିକ୍ରମା ରଣପୁର ବ୍ଲକରେ ଜନଶୁଣାଣୀ ଶିବିର ଅନୁଷ୍ଠିତ

ରଣପୁର ବ୍ଲକରେ ଜନଶୁଣାଣୀ ଶିବିର ଅନୁଷ୍ଠିତ

42

ନୟାଗଡ ୦୮/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ମାର୍ଚ୍ଚ ୮ ତାରିଖ ମଧ୍ୟାନ୍ନରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ର ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ରଣପୁର ବି ଡି ଓ ରିତୁପର୍ଣ୍ଣା ମହାପାତ୍ର, ରାଜ୍ୟ ଅମ୍ବୁଶମ୍ୟାନ ଗିରିଶ ଚନ୍ଦ୍ର ଦାଶ, ନୟାଗଡ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ (ଅର୍ଥ) ମନୋରଞ୍ଜନ ହୋତା, ଜିଲ୍ଲା ସୋସିଆଲ ଅଡିଟର ବିଜୟ କୁମାର ବଳିଆରସିଂ, ରଣପୁର ବ୍ଲକ ଅତିରିକ୍ତ ପ୍ରକଳ୍ପ ଅଧିକାରୀ କାଳୁ ଚରଣ ସାହୁ ଯୋଗ ଦେଇଥିଲେ।

୩୭ ଗୋଟି ଗ୍ରାମପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ସେବିକା ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ। ପ୍ରତି ପଞ୍ଚାୟତର ଗ୍ରାମସାଥି ଓ ଜବ କାର୍ଡଧାରୀ ମାନେ ଉପସ୍ଥିତ ରହି ଜନ ଶୁଣାଣୀ କରାଯାଇଥିଲା। ସର୍ବପରୀ ଶାନ୍ତିପୁର୍ଣ୍ଣ ଭାବେ ଜନ ଶୁଣାଣୀ ଶେଷ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.