Home ଓଡ଼ିଶା ଭଡାରେ ଚାଲିଛି ରାଜସ୍ୱ କାର୍ଯ୍ୟାଳୟ ଭୁତକୋଠି ପାଲଟିଛି ସରକାରୀ କାର୍ଯ୍ୟାଳୟ

ଭଡାରେ ଚାଲିଛି ରାଜସ୍ୱ କାର୍ଯ୍ୟାଳୟ ଭୁତକୋଠି ପାଲଟିଛି ସରକାରୀ କାର୍ଯ୍ୟାଳୟ

40

ନୟାଗଡ଼ ୦୮/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟରେ ବିଭାଗ ଭିତରେ ରାଣୀବୋଲି କୁହାଯାଏ ରାଜସ୍ୱ ବିଭାଗକୁ। ପ୍ରତି ତହସିଲରେ ରାଜସ୍ୱ ବିଭାଗ କାର୍ଯ୍ୟାଳୟ ଦ୍ୱାରା ରାଜସ୍ୱ ଆଦାୟ ହୋଇଥାଏ। କିନ୍ତୁ ଅବ୍ୟବସ୍ଥା ଘେରରେ ଥିବା ରାଜସ୍ୱ କାର୍ଯ୍ୟାଳୟକୁ ଅଣଦେଖା କରାଯାଉଥିବା ଦେଖିବାକୁ ମିଳୁଛି। ସେଭଳି ଅବ୍ୟବସ୍ଥା ଘେରରେ ନୟାଗଡ ଜିଲ୍ଲା ରଣପୁର ତହସିଲ ଅଧିନରେ ଥିବା ରାଜସ୍ୱ କାର୍ଯ୍ୟାଳୟ। ପୁର୍ବରୁ ରଣପୁର ତହସିଲ ଅଧିନରେ ୯ ଗୋଟି ରାଜସ୍ୱ କାର୍ଯ୍ୟାଳୟ ଥିବା ବେଳେ ନୂତନ ଭାବେ ରାଇପଡା, ହଂସରା ଓ ଗଡବାଣିକିଲୋ ନୂତନ କାର୍ଯ୍ୟାଳୟ କୁ ମିଶାଇ ଏବେ ୧୨ ଗୋଟି ରାଜସ୍ୱ କାର୍ଯ୍ୟାଳୟ କାର୍ଯ୍ୟ କରୁଅଛି। ନୂଆ ରାଜସ୍ୱ କାର୍ଯ୍ୟାଳୟ ଗୃହ କଥା ପଚାରେ କିଏ। ପୁରୁଣା ରାଜସ୍ୱ କାର୍ଯ୍ୟାଳୟ କେଉଁଠି ଭାଙ୍ଗିରୁଜି ଗଲାଣି ତ ଆଉ କେଉଁଠି ଘରଥିଲେ ମଧ୍ୟ କମ୍ପ୍ୟୁଟର ଯୋଗା ଯାଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ନଥିବାରୁ ଠିକ୍ ଭାବରେ କାର୍ଯ୍ୟ କରୁନାହିଁ। ସର୍ବପରି ରଣପୁର ତହସିଲ ସଦର ଆର୍ ଆଂ କାର୍ଯ୍ୟାଳୟ ଭାଙ୍ଗିରୁଜି ଭୁତକୋଠି ପାଲଟିଲାଣି।

ନୂଆ ରାଜସ୍ୱ କାର୍ଯ୍ୟାଳୟ ଗୃହ ନିର୍ମାଣ ନ ହୋଇ ଗତ ନଭେମ୍ବର ୨୦୨୦ ମସିହାଠାରୁ ମାସିକ ୪୫୦୦ ଟଙ୍କା ଭଡା ଘରେ ଚାଲୁଅଛି। ଯାହାଫଳରେ ଗୃହନଥିବାରୁ ସରକାରଙ୍କ ରାଜସ୍ୱ ଅଯଥାରେ ବ୍ୟୟ କରାଯାଉଛି ବୋଲି ଅଭିଯୋଗ ହେଉଛି। ଏ ସର୍ମ୍ପକେ ରଣପୁର ତହସିଲଦାର ଯୁଗଳ କିଶୋର ମିଶ୍ରଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ନୂତନ ଗୃହ ନିର୍ମାଣ ପାଇଁ ଜିଲ୍ଲା ଅଫିସ କୁ ପ୍ରସ୍ତାବ ପଠା ଯାଇଛି। କିନ୍ତୁ ସରକାରୀ ଗୃହ କାର୍ଯ୍ୟକରୁଥିବା ରଣପୁର ପୁର୍ତ୍ତ ବିଭାଗ ଯନ୍ତ୍ରୀ ଦୟାନିଧି ରାୟଗୁରୁଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଆମ୍ଭ ବିଭାଗକୁ ରଣପୁର ସଦର ରାଜସ୍ୱ କାର୍ଯ୍ୟାଳୟ ନିର୍ମାଣ ପାଇଁ କୈାଣସି ଚିଠି ଆସିନାହିଁ। ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ଦୃଷ୍ଟିଦେଇ ଅବହେଳିତ ରାଜସ୍ୱ କାର୍ଯ୍ୟାଳୟ ଗୁଡିକୁ ସଂଚାଳନ କରିବା ସହ ରଣପୁର ସଦର କାର୍ଯ୍ୟାଳୟ ଗୃହ ନିର୍ମାଣ କଲେ ଅଯଥା ଭଡା ଦେବାରୁ ମୁକ୍ତି ମିଳିବା ସହ ରାଜସ୍ୱ କାର୍ଯ୍ୟାଳୟ ଠିକ୍ ଭାବରେ ପରିଚାଳନା ହୋଇପାରିବା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.