Home ଜିଲ୍ଲା ପରିକ୍ରମା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ଦ୍ୱାରା ମେଧା ସମ୍ମାନ ପ୍ରଦାନ

ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ଦ୍ୱାରା ମେଧା ସମ୍ମାନ ପ୍ରଦାନ

30

ନୟାଗଡ଼ ୨୮/୦୭ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ରେ ଏ୧ ଓ ଏ୨ ଗ୍ରେଡ ରଖି ଉତ୍ତିନ୍ନ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ରଣପୁର ବିଧାୟକ ମେଧା ସମ୍ମାନ ରେ ସମ୍ମାନିତ କରିଥିବା ଜଣାପଡିଛି। ଏନେଇ ଜୁଲାଇ ୨୬ ତାରିଖ ମଧ୍ୟାନ୍ନ ରେ ରଣପୁର ମଣିନାଗ କଲ୍ୟାଣ ମଣ୍ଡପ ଠାରେ ଏକ ମେଧା ସମ୍ମାନ ଉତ୍ସବ ପାଳନ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷା ରଙ୍ଗୀନ୍ ମହାନ୍ତି, ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପଶ ବିଶି, ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ନୟାଗଡ ୟୁନିଟେକ୍ ଘରୋଇ ମହାବିଦ୍ୟାଳୟ ର ଅଧକ୍ଷ ଓ ବରିଷ୍ଠ ଶିକ୍ଷକ ଯୋଗ ଦେଇଥିଲେ। ୩୬ ଜଣ ଛାତ୍ର ଛାତ୍ରୀ ଏ୧ ଓ ଏ୨ ଗ୍ରେଡ ରେ ପାସ୍ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମେଧା ସମ୍ମାନ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ନିଜ ନିଜର ଅଭିଭାଷଣ ରେ ମେଧାବି ଛାତ୍ର ମାନଙ୍କର ଭବିଷ୍ୟତ ସଂର୍ମ୍ପକ ରେ ଆଲୋକପାତ କରିଥିଲେ। ଏହା ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଉତ୍କଣ୍ଠା ପ୍ରକାଶ ପଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.