Home ଜିଲ୍ଲା ପରିକ୍ରମା କିଡ଼ନୀ ପୀଡିତଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଦେଲା ଶହୀଦ୍ ଭଗତ ସେନା

କିଡ଼ନୀ ପୀଡିତଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଦେଲା ଶହୀଦ୍ ଭଗତ ସେନା

22

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ ଅଧିନସ୍ଥ ରମ୍ଭିଳା ପଂଚାୟତ ରାଣୀତାଲର ପପୁ ବର୍ମନ। ପପୁଙ୍କର ତିନି ବର୍ଷ ପୂର୍ବେ ତାଙ୍କର ଦୁଇଟି କିଡ଼ନୀ ନଷ୍ଟ ହୋଇଯାଇଥିଲା। ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ, ଏହି ସମୟରେ ଭଦ୍ରକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଶହୀଦ୍ ଭଗତ୍ ସେନା ପକ୍ଷରୁ ସମ୍ପୂର୍ଣ୍ଣ ଚିକିତ୍ସା ନିମନ୍ତେ ଅର୍ଥ ଯୋଗାଇ ଦେଉ ଆସୁଥିଲେ। ଆଜି ଭୁବନେଶ୍ୱର ଏକ ଘରୋଇ ହସ୍‌ପିଟାଲରେ ତାଙ୍କର ଅସ୍ତ୍ରୋପଚାର ହୋଇଛି। ଏଥିପାଇଁ ୫ ଲକ୍ଷରୁ ଅଧିକ ଟଙ୍କା ସଂଗଠନ ପକ୍ଷରୁ ସହାୟତା କରିଛନ୍ତି। ତେବେ ଆଜି ସଂଗଠନର ଆବାହକ ସୀତାଂଶୁ ଶେଖର ମହାପାତ୍ର ନିଜେ ଭୁବନେଶ୍ୱରରେ ପହଞ୍ଚି ଡାକ୍ତରଙ୍କ ସହିତ ପରାମର୍ଶ କରିଥଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.