Home ଜିଲ୍ଲା ପରିକ୍ରମା ମ୍ୟାଲେରିଆ, ଡାଇରିଆ ଓ ଡେଙ୍ଗୁ ନିରୋଧ ପାଇଁ ସ୍ୱଚ୍ଛତା ଅଭିଯାନ

ମ୍ୟାଲେରିଆ, ଡାଇରିଆ ଓ ଡେଙ୍ଗୁ ନିରୋଧ ପାଇଁ ସ୍ୱଚ୍ଛତା ଅଭିଯାନ

54

ନୟାଗଡ଼ ୨୬/୦୭ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଚଳିତ ବର୍ଷ ମୈାସୁମୀ ବର୍ଷା ଲାଗି ରହିଥିବା ବେଳେ ମ୍ୟାଲେରିଆ, ଡାଇରିଆ, ଡେଙ୍ଗୁ ଓ ଚିକେନ୍ ଗୁନିଆ ରୋଗ ଓଡିଶାରେ ବ୍ୟାପିବା କୁ ଲାଗିଲାଣି। ନୟାଗଡ ଜିଲ୍ଲା ରଣପୁର ବ୍ଲକ ଦର୍ପନାରାୟଣପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ଏସବୁ ରୋଗର ନିରାକରଣ ପାଇଁ ସଚେତନତା ସ୍ୱରୂପ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରାଯାଇଥିବା ଜଣାପଡିଛି। ଡାକ୍ତର ଗୀତାଞ୍ଜଳୀ ପଟ୍ଟନାୟକ, ଡାକ୍ତର ଦିପ୍ତିମୟୀ ଭୋଳ, ଫାର୍ମାଷ୍ଟିଟ୍ ଦିଲ୍ଲିପ କୁମାର ସ୍ୱାଇଁ, ମହିଳା ସ୍ୱାସ୍ଥ୍ୟକର୍ମୀ ନିରୂପମା ଦେବୀ ଓ ଅନ୍ୟ କର୍ମଚାରୀ ମାନେ ସାମିଲ୍ ହୋଇଥିଲେ।

ପ୍ରତିଘରେ ପରିବେଶ କୁ ପରିସ୍କାର ରଖିଲେ ଓ ବିଶୁଦ୍ଧ ଜଳ ପାନୀୟ ରୂପେ ବ୍ୟବହାର କଲେ ଡାଇରିଆ, ମ୍ୟାଲେରିଆ, ଡେଙ୍ଗୁ ଓ ଚିକେନ୍ ଗୁନିଆ ଭଳି ରୋଗରୁ ଜନସାଧାରଣ ରକ୍ଷା ପାଇବେ ବୋଲି ଡାକ୍ତର ବୁଝାଇଥିଲେ। ସର୍ବଶେଷରେ ମହିଳା ସ୍ୱାସ୍ଥ୍ୟ କର୍ମୀ ନିରୂପମା ଦେବୀ ଓ. ଆର୍‌. ଏସ୍ ଦ୍ରବଣ ତିଆରି କରିବା ମାତ୍ରା ସର୍ମ୍ପକରେ ବୁଝାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.