Home ଓଡ଼ିଶା ରଣପୁର ବିଧାୟକଙ୍କ ଦ୍ୱାରା ଶଙ୍ଖଯୋଡି ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟନ

ରଣପୁର ବିଧାୟକଙ୍କ ଦ୍ୱାରା ଶଙ୍ଖଯୋଡି ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟନ

31

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୫/୧୨- ନୟାଗଡ ଜିଲ୍ଲା ରଣପୁର ବ୍ଲକର ଆୟତନ ଦୃଷ୍ଟିରୁ ସବୁଠାରୁ ବଡଗ୍ରାମପଞ୍ଚାୟତ ହେଉଛି ବନ୍ଧମୁଣ୍ଡା । ଏହି ଆଦିବାସୀ ଅଧ୍ୟୁଷିତ ଗ୍ରାମପଞ୍ଚାୟତ ଟି ଶିକ୍ଷା  ଓ ଶୁଦ୍ଧ ପାନୀୟ ଜଳ ଅଭାବରେ ରହି ଆସିଥାନ୍ତି । ରଣପୁର ନିର୍ବାଚନ ମଣ୍ଡଳୀରେ ସତ୍ୟ ନାରାୟଣ ପ୍ରଧାନ ବିଧାୟକ ହେବା ପରେ ଏହି ଅବହେଳିତ ଅପହଂଚ ଗ୍ରାମପଞ୍ଚାୟତ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲେ । ଗ୍ରାମପଞ୍ଚାୟତର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଶଙ୍ଖଯୋଡି ଠାରେ ଏକ ବୃହତ କ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ ବଡଦିନରେ ବିଧାୟକଙ୍କ ଦ୍ୱାରା ଉଦଘାଟନ ହୋଇଥିବା ଜଣାପଡିଛି । ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଲାଖମୁଣ୍ଡୁଳି ଠାରେ ଥିବା ପ୍ରାଥମିକ ବିଦ୍ୟାଳୟର ନୂତନ ଗୃହ ଉଦଘାଟନ କରିଛନ୍ତି ।

ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତରେ ଶୁଦ୍ଧ ପାନୀୟଜଳ ଯୋଗାଣ , ଶିକ୍ଷା ପ୍ରତି ବିଧାୟକ ପଦକ୍ଷେପ ନେଇଥିବାରୁ ଅଂଚଳବାସୀ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ  ଚାନ୍ଦପୁର ଜୋନ୍ ଜିଲ୍ଲାପରିଷଦ ସଭ୍ୟ ବିଜୟ କେତନ ସାହୁ , ବରିଷ୍ଠ ନେତା  ସଚ୍ଚିକାନ୍ତ ସଡଙ୍ଗୀ , ମନୋରଞ୍ଜନ ସଡଙ୍ଗୀ ,  ମହିଳାନେତ୍ରୀ ନର୍ମଦା ରାୟ, , ସମିତି ସଭ୍ୟ ଲକ୍ଷ୍ମୀଧର ନାୟକ , ସରପଞ୍ଚ ଅଜୟ କୁମାର ପ୍ରଧାନ ଗ୍ରାମ୍ୟ ଉନ୍ନୟନ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ପ୍ରକାଶ କୁମାର ମହାନ୍ତି ସହ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଅପହଂଚ ଆଦିବାସୀ ଅଧ୍ୟୁଷିତ ଅଂଚଳର ବହୁ ମହିଳା ମାନେ ଖୁସି ବ୍ୟକ୍ତ କରି ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.