Home କୋରାପୁଟ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସ୍ୱାସ୍ଥ୍ୟ ନିର୍ଦ୍ଧାରଣକାରୀଙ୍କ ଉପରେ ସାମାଜିକ ବିଜ୍ଞାନର ପ୍ରଭାବ’ ଶୀର୍ଷକ ଆଲୋଚନା ଚକ୍ର

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସ୍ୱାସ୍ଥ୍ୟ ନିର୍ଦ୍ଧାରଣକାରୀଙ୍କ ଉପରେ ସାମାଜିକ ବିଜ୍ଞାନର ପ୍ରଭାବ’ ଶୀର୍ଷକ ଆଲୋଚନା ଚକ୍ର

27

 

କୋରାପୁଟ ୨୫-୧୨(ଓଡିଆ ପୁଅ/ରଂଜନ ଦାସ) ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ବିଭାଗ ଆନୁକୁଲ୍ଯରେ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ମଧ୍ୟ ପ୍ରଦେଶର ଜବଲପୁରସ୍ଥିତ ଆଦିବାସୀ ସ୍ୱାସ୍ଥ୍ୟ ଜାତୀୟ ଅନୁସନ୍ଧାନ ପ୍ରତିଷ୍ଠାନ ର ବିଶିଷ୍ଟ ବୈଜ୍ଞାନିକ ଡକ୍ଟର କଲ୍ୟାଣବ୍ରତ ସାହା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱତନ୍ତ୍ର ବକ୍ତୃତା ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପଳିତା ଏହି କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ l ଜନସାଧାରଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୋଷ୍ଠୀ ମୁଖ୍ୟଙ୍କ ଭୂମିକା ଉପରେ ଡକ୍ଟର ସାହା ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଆଦିବାସୀ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଷୟରେ ଅବଧାରଣ କରିବା ପାଇଁ ସ୍ୱାସ୍ଥ୍ୟ ଶିକ୍ଷା ଏବଂ ଏ ବିଷୟରେ ବୁଝାଇବା କୌଶଳର ଅତ୍ୟନ୍ତ ଆବଶ୍ୟକତା ରହିଛି ।ବାସ୍ତବରେ ଡକ୍ଟର ସାହା ସାମାଜିକ ଗବେଷଣା କୌଶଳ ଉପରେ ଗୁରୁତ୍ଵ ଦେଇ କହିଥିଲେ ଯେମଧ୍ୟପ୍ରଦେଶର ଦିନଡୋରୀ ଜିଲ୍ଲାରେ ଆଇଇସି (ସୂଚନା, ଶିକ୍ଷା, ଯୋଗାଯୋଗ), ବିସିସି (ଆଚରଣ ପରିବର୍ତ୍ତନ ଯୋଗାଯୋଗ) ଏବଂ ଏସିଏସଏମ (ଆଡଭୋକେସି, ଯୋଗାଯୋଗ ଏବଂସାମାଜିକ ମୋବିଲାଇଜେସନ୍) ବ୍ୟବହାର କରି ମ୍ୟାଲେରିଆକୁ ସଫଳ ଭାବେ ଦୂରକରାଯାଇପାରିଥିଲା । ସେ ସ୍ୱାସ୍ଥ୍ୟକ୍ଷେତ୍ରରେ ପରିବର୍ତନ ଆଣିବା ପାଇଁ ସାମାଜିକ ନିର୍ଣ୍ଣୟକାରୀଙ୍କ ବିଷୟରେ ଆଲୋଚନା କରିଥିଲେ ।ଛାତ୍ରଛାତ୍ରୀ ମାନେ ତଥ୍ୟ ଆକଳନ କୌଶଳରେ ପୁଙ୍ଖାନୁପୁଙ୍ଖ ପର୍ଯ୍ୟାଲୋଚନା ସହ ନିପୁଣ ହେବା ଏବଂ ଏହି କ୍ଷେତ୍ରରେ ଜନସାଧାରଣଙ୍କସହ ଉତ୍ତମ ସମ୍ପର୍କ ସ୍ଥାପନ କରି ଗବେଷଣା କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିବାବାକୁ ସେ ପରାମର୍ଶ ଦେଇ ଥିଲେ । ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟ ଗତ ବିଭିନ୍ନ ବିଷୟରେ ଅଧ୍ୟୟନ କରିବା ପାଇଁ ଡକ୍ଟର ସାହା ଅନେକ ଉଦାହରଣ ମାନ ଉଲ୍ଲେଖ କରିଥିଲେ ।ସମାଜବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର କପିଳ ଖେମୁଣ୍ଡୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ଡକ୍ଟର ନୁପୁର ପଟ୍ଟାନାୟକ ଅତିଥିଙ୍କୁ ପରିଚିତ କରାଇଥିଲେ । ଅଧ୍ୟାପକ ଡକ୍ଟର ଆଦିତ୍ୟ କେଶରୀ ମିଶ୍ର ଏହି ବିଶେଷ ବକ୍ତୃତାର ପର୍ଯାଲୋଚନା କରିଥିଲେ । ଅଧ୍ୟାପକ ଡକ୍ଟର ବିଜୟ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସ୍ୱତନ୍ତ୍ର ବକ୍ତୃତାରେ ସମାଜବିଜ୍ଞାନ ବିଭାଗର ସମସ୍ତ ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକାମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.