Home କୋରାପୁଟ କୋରାପୁଟ ବନଭାରତୀ କଲୋନୀ ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

କୋରାପୁଟ ବନଭାରତୀ କଲୋନୀ ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

77

କୋରାପୁଟ ୨୫-୧୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବନଭାରତୀ କଲୋନୀ ରାସ୍ତାକଡରୁ ଜଣେ ଯୁବକଙ୍କର ମୃତଦେହକୁ ଆଜି ପୋଲିସ ଉଦ୍ଧାର କରିଥିବା ଜଣାପଡିଛି ।ପରଜାସାହିର ସନ୍ୟାସୀ ପୂଜାରୀ ନାମକ ଯୁବକ ବନ ଭାରତୀ କଲୋନୀରେ ରହୁଥିବା ନିଜ ଶାଳୀ ଘରକୁ ଯାଇଥିଲେ ।ଶାଳୀ ଘର ସାମନାରେ ଥିବା ଏକ ଦମ୍ପତିଙ୍କ ସହ ତାଙ୍କର  ଝଗଡା ହୋଇଥିଲା ।ଆଜି ସକାଳେ ସନ୍ୟାସୀଙ୍କ ମୃତଦେହ ବନଭାରତୀ କଲୋନୀର ରାସ୍ତାକଡରେ ପଡିଥିବା ଦେଖି ଲୋକମାନେ ପୋଲିସକୁ ଖବର ଦେଇଥିଲେ ।କୋରାପୁଟ ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ , କୋରାପୁଟ ଆଇଆଇସି ଧିରେନ ପଟନାୟକ ଓ ସାଇଂଟିଫିକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ । ।ସନ୍ଧାନୀ କୁକୁର  ଝଗଡା ହୋଇଥିବା ଦମ୍ପତିଙ୍କ ଘରକୁ  ଯାଇ ଫେରିଥିବା ଜଣାପଡିଛି ।ତଦନ୍ତ ପରେ ମୃତଦେହକୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ  ଶବ ବ୍ୟବଛେଦ ପାଇଁ ନିଆଯାଇଥିଲା  ାଏହି ମାମଲାରେ କୋରାପୁଟ ଟାଉନଥାନାରେ ୩୨୪/୨୦୨୧ ନମ୍ବରରେ ଏକ କେସ ରୁଜୁ କରାଯାଇଥିବା ଅତିରିକ୍ତ ଏସପି ଶ୍ରୀ ଦାସ ସୂଚନା ଦେଇଛନ୍ତି ।ତଦନ୍ତ ଚାଲିଛି ବୋଲି ସେ ସୂଚନା ଦେବା ସହ ଆସାମୀ ଖୁବ ଶୀଘ୍ର ଧରାପଡିବ ବୋଲି ସେ ପ୍ରକାଶ କରିଛନ୍ତି ।ଯୁବକଙ୍କୁ ହତ୍ୟା କରାଯାଇଥିବା ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.