Home ଓଡ଼ିଶା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ରେ ଗରୀବ ଙ୍କୁ ମିଳୁନି ଆବାସ ଯୋଜନା

ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ରେ ଗରୀବ ଙ୍କୁ ମିଳୁନି ଆବାସ ଯୋଜନା

84

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୮-ନୟାଗଡ ଜିଲ୍ଲା ରଣପୁର ଏନ.ଏ.ସି କୁ ୫ବର୍ଷ ବିତିବାକୁ ବସିଥିଲା ବେଳେ ସେହିଭଳି ଉନ୍ନତି ଆଖି ଦୃଶିଆ ହୋଇନାହିଁ । ମିଳୁଥିବା ଆବାସ ଯୋଜନାକୁ ଜେନତେନ ପ୍ରକାରେଣ କିଛି ଘରୋଇ ଲୋକ ହାତେଇ ନେଇଥିବା ବେଳେ କିଛି ଗରୀବ ପ୍ରକୃତ ହିତାଧିକାରୀ ବାଦ୍ ପଡିଥିବା ଜଣା ପଡିଛି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ରଣପୁର ଏନ୍‌.ଏ.ସି ର ୧୫ନଂ ୱାର୍ଡ ରେ । ପ୍ରମିଳା ବେହେରା ନାମକ ଜଣେ ବିଧବା ମହିଳା ଜଣେ ବିପିଏଲ କାର୍ଡଧାରୀ । ୨ ଛୋଟ ପୁଅଙ୍କୁ ଧରି ଜୀବନ ସଂଗ୍ରାମ କରୁଥିବା ବେଳେ ଜରି ପାଲଟଣା ଘର ଚିନ୍ତାକୁ ବଢାଇ ଦେଇଛି ।

ବିପଦ ସଙ୍କୁଳ ଅବସ୍ଥାରେ ପରିବାର ରହୁଛନ୍ତି । ଆବାସ ଯୋଜନା ପାଇଁ ଆବେଦନ କରି ଏନ୍‌.ଏ.ସି କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହୋଇଛନ୍ତି । ଏ ସମ୍ପର୍କେ ରଣପୁର ଏନ୍‌.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିସିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ପ୍ରମିଳା ବେହେରା ଜଣେ ଯୋଗ୍ୟ ହିତାଧିକାରିଣୀ ଏ ଖବର ମୋ ପାଖରେ ନାହିଁ । ପ୍ରମିଳା ବେହେରା ଜଣେ ଯୋଗ୍ୟ ହିତାଧିକାରିଣୀ ବୋଲି ତଦନ୍ତ କରି ଆବାସ ଯୋଜନାରେ ତାଙ୍କୁ ସାମିଲ କରାଯିବା ପାଇଁ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.