Home ଓଡ଼ିଶା ଆର୍‌.ଡି.ସି ଙ୍କ ଚାନ୍ଦପୁର କୋଭିଡ୍ କେୟାର ହସ୍ପିଟାଲ ପରିଦର୍ଶନ

ଆର୍‌.ଡି.ସି ଙ୍କ ଚାନ୍ଦପୁର କୋଭିଡ୍ କେୟାର ହସ୍ପିଟାଲ ପରିଦର୍ଶନ

123

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୮-ନୟାଗଡ ଜିଲ୍ଲାରେ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଥି ସହିତ ସୁସ୍ଥତା  ହାର ମଧ୍ୟ ବୃଦ୍ଧି ପାଇଛି । ଗତ କିଛିଦିନ ଧରି ଆର୍‌.ଡି.ସି ଅନୀଲ୍ କୁମାର ସାମଲ ବିଭିନ୍ନ ସମୟରେ ନୟାଗଡ ଜିଲ୍ଲା ଗସ୍ତକରି କରୋନା ସଂକ୍ରମଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ନେବା ସହ ନୟାଗଡ ରେ କରୋନା ଚିକିତ୍ସା ଉପରେ ତଦାରଖ କରୁଛନ୍ତି । ଅଗଷ୍ଟ ୬ ତାରିଖ ଦିନ ନୟାଗଡ ଜିଲ୍ଲା ଚାନ୍ଦପୁରଠାରେ ଥିବା କୋଭିଡ୍ କେୟାର ହସ୍ପିଟାଲକୁ ବୁଲି ଦେଖିଥିବା ଜଣା ପଡିଛି । ଏହି ଚାନ୍ଦପୁର କୋଭିଡ୍ କେୟାର ହସ୍ପିଟାଲକୁ ଭୁବନେଶ୍ୱର ଘରୋଇ ସମ୍ ହସ୍ପିଟାଲ ପରିଚାଳନା କରୁଥିବା ଯୋଗୁଁ ଅନେକ ବିରୋଧ ହେଉଥିବା ବେଳେ କିଭଳି ପରିଚାଳନା ହେଉଛି ସେ ସମ୍ପର୍କେ ତଥ୍ୟ ସଂଗ୍ରହ କରି ଫେରିଥିବା ଜଣା ପଡିଛି ।

ନୟାଗଡ ଜିଲ୍ଲାରେ କରୋନା ସଂକ୍ରମଣ କିପରି ହ୍ରାସ ପାଇବ ସେ ଉପରେ ଗୁରୁତ୍ୱ ଦେବା ସହ ସାଧାରଣ ଜନତା ସରକାରୀ ନିୟମକୁ ମାନି ଚଳିବା ଉପରେ ଗୁରୁତ୍ୱ ଦେଇଥିବା ଜଣା ପଡିଛି । ଏହି ଅବସରରେ ନୟାଗଡ ଜିଲ୍ଲାପାଳ ଡ.ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଧେଶକ ସୁବାଷ ଚନ୍ଦ୍ର ରାୟ, ସମ୍ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ସହ ଚାନ୍ଦପୁର କୋଭିଡ୍ ହସ୍ପିଟାଲରେ ଥିବା ରୋଗୀଙ୍କ ସମସ୍ୟା ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଯୋଦ୍ଧା ମାନଙ୍କର ଭଲ ମନ୍ଦ ବୁଝିଥିବା ଜଣା ପଡିଛି । ଏହି ଅବସର ରେ ଚାନ୍ଦପୁର କୋଭିଡ୍ ହସ୍ପିଟାଲ ର ଅଧିକ୍ଷକ ଡା.ଡି.ସୁର୍ଯ୍ୟ ରାଓ, ରଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଂଚାନନ ପଟ୍ଟାୟତ ଓ ସମ୍ ହସ୍ପିଟାଲ୍ ରୁ ଆସିଥିବା ଡାକ୍ତରୀ ଦଳ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.