Home ଓଡ଼ିଶା ରଣପୁର ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ  

ରଣପୁର ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ  

24

ନୟାଗଡ/୧୬/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ରଣପୁର ବ୍ଲକ ବିଜୁ ଜନତା ଦଳ ର କାର୍ଯ୍ୟକାରିଣୀ ବୈଠକ ଡିସେମ୍ବର ୧୫ ତାରିଖ ଅପରାହ୍ନରେ ମା ମଣିନାଗ କମ୍ୟୁନିଟ୍ ହଲ୍ ରେ ଅନୁଷ୍ଠିତ ହୋଇଯାଇଅଛି । ରଣପୁର ବ୍ଲକ ବିଜୁ ଜନତା ଦଳର ସଭାପତି ପାଣ୍ଡବ ସେଠୀ ଙ୍କ ସଭାପତିତ୍ୱ ରେ ବୈଠକ ଅନୁଷ୍ଠିତ ହୋଇଥିଲା । ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟ ଭାବରେ ଯୋଗ ଦେଇଥିଲେ । ରଣପୁର ବ୍ଲକ ରେ ବିଜୁ ଜନତା ଦଳ ର ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ଏହି ବୈଠକ ଆହୁତ କରାଯାଇଥିଲା ।

ଜୋନ୍ ସ୍ତରୀୟ , ପଞ୍ଚାୟତ ସ୍ତରୀୟ ଏପରିକି ୱାର୍ଡ୍ ସ୍ତରୀୟ କମିଟି ଗଠନ କରାଯାଇ ଦଳ କୁ ଅଧିକ ସୁଦୃଢ କରିବା ପାଇଁ ନିଷ୍ପତି ନିଆଯାଇଥିଲା । କର୍ମୀମାନେ ପ୍ରତେକ ୱାର୍ଡ୍ ସ୍ତରକୁ ଯାଇ କରାଯାଇଥିବା ଉନ୍ନତି ମୂଳକ କାର୍ଯ୍ୟ ଲୋକମାନଙ୍କ ନିକଟରେ ପ୍ରଚାର କରିବା ସହ ଆଗାମୀ ଦିନରେ କେଉଁ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ସେ ସର୍ମ୍ପକେ ଚିଠା ପ୍ରସ୍ତୁତ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଏହି ବୈଠକ ରେ ବିଜୁ ଜନତା ଦଳ ର ବରିଷ୍ଠ ସଦସ୍ୟ ଗିରିଜା ମହାପାତ୍ର, ଇଂ ଦେବାଶିଷ ପଟ୍ଟନାୟକ, ସଚ୍ଚୀକାନ୍ତ ସଡଙ୍ଗୀ , ବ୍ଲକ ଅଧକ୍ଷା ନିରୁପମା ପ୍ରଧାନ , ପ୍ରଭାତ କୁମାର ଦଳବେହେରା , ବିଜୟକେତନ ସାହୁ ଙ୍କୁ ମିଶାଇ ୩୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.