Home ଓଡ଼ିଶା ପୁର୍ନବାର ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ ନିବାସ ରେ ପରିଣତ ନିଷ୍ପତି

ପୁର୍ନବାର ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ ନିବାସ ରେ ପରିଣତ ନିଷ୍ପତି

14

ନୟାଗଡ/୧୬/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ର ଚାନ୍ଦପୁର ଠାରେ ଅବସ୍ଥିତ ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ ନିବାସ ଟି କୋଭିଡ୍ ୧୯ ହସ୍ପିଟାଲ୍ ଭାବରେ ପରିବର୍ତ୍ତିତ ହୋଇଥିଲା । ଯାହାକୁ ନେଇ ସାଧାରଣ ରେ ଅଶୋନ୍ତୁଷ୍ଟ ପ୍ରକାଶ ପାଇଥିଲା । ତେଣୁ ଚାନ୍ଦପୁର ବସନ୍ତ ମଞ୍ଜରୀ କ୍ରିୟାନୁଷ୍ଟାନ କମିଟି ଏଥିପାଇଁ ଆନ୍ଦୋଳନ ଜାରି ରଖିଥିଲା । ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଏହି ଆନ୍ଦୋଳନ କୁ ସମର୍ଥନ କରିଥିଲେ । ଶେଷରେ ବସନ୍ତ ମଞ୍ଜରୀ କ୍ରିୟାନୁଷ୍ଠାନ କମିଟି ଦାବୀ କୁ ସରକାର ମାନି ନେଇଥିବା ଜଣାପଡିଛି । ଯାହାକୁ ନେଇ ରାଜ୍ୟ ସ୍ତରରେ କୋଭିଡ୍ ହସ୍ପିଟାଲ୍ କୁ ନେଇ ଏକ ଭିଡିଓ କନ୍‌ଫରେସିକ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଚାନ୍ଦପୁର କୋଭିଡ୍ ହସ୍ପିଟାଲ୍ ର ଦାୟୀତ୍ୱରେ ଥିବା ଡାକ୍ତର ପ୍ରତାପ କୁମାର ଚିନାରା , ନୟାଗଡ ଜିଲ୍ଲା ଚିକିତ୍ସା ଅଧିକାରୀ ଶକ୍ତି ମିଶ୍ର ଓ ନୟାଗଡ ଜିଲ୍ଲାପାଳ ପୋମା ଟୁଡୁ ଯୋଗ ଦେଇଥିଲେ ।

ଚାନ୍ଦପୁର କୋଭିଡ୍ ହସ୍ପିଟାଲ୍ ରେ କୋଭିଡ୍ ରୋଗୀ ସଂଖ୍ୟା କମି ୬ ଜଣରେ ପହଂଚିଥିବା ଜଣାପଡିଛି । ଯାହାଦ୍ୱାରା କି ୧ଜାନୁଆରୀ୨୦୨୧ ଠାରୁ ଚାନ୍ଦପୁର କୋଭିଡ୍ ହସ୍ପିଟାଲ୍ କୁ ବନ୍ଦ କରି ପୁର୍ବଭଳି ବସନ୍ତ ମଞ୍ଜରୀ ସାଧାରନ ସ୍ୱାସ୍ଥ୍ୟ ନିବାସ କରିବା ନିଷ୍ପତି ହୋଇଥିବା ଜଣାପଡିଛି । ଚାନ୍ଦପୁର କ୍ରିୟାନୁଷ୍ଠାନ କମିଟିର ବିଜୟ  କେତନ ସାହୁ , ମନୋଜ ଦାସ ଓ ଅଶୋକ ସାହୁ ଗଣମାଧ୍ୟମକୁ ସୂଚନା ଦେଇ ରଣପୁର ବିଧାୟକ, ନୟାଗଡ ଜିଲ୍ଲାପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.