Home ଓଡ଼ିଶା ରଣପୁର ବନ ବିଭାଗ ଦ୍ୱାରା ବାର୍‌ହା ମାଂସ ଜବତ ଦୁଇ ଗିରଫ

ରଣପୁର ବନ ବିଭାଗ ଦ୍ୱାରା ବାର୍‌ହା ମାଂସ ଜବତ ଦୁଇ ଗିରଫ

55

ନୟାଗଡ/୧୬/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଂଚଳ ର ସରୁକାବାଡି ଅଂଚଳ ରୁ ପ୍ରତିଦିନ ବାର୍‌ହା ମାରି ମାଂସ ବିକ୍ରୟ ହେଉଥିବା ଜଣାପଡିଥିଲା । ଯାହାକୁ ନେଇ ରଣପୁର ବନାଂଚଳ ଅଧିକାରୀ ଶରତ କୁମାର ଶତପଥି ଉଦ୍‌ବେଗ ପ୍ରକାଶ କରିଥିଲେ । ବିଶେଷ ସୂତ୍ରରୁ ଖବର ପାଇ ରେଞ୍ଜର ଶରତ କୁମାର ଶତପଥିଙ୍କ ନିର୍ଦେଶକ୍ରମେ  ରଣପୁର ସଦର ଫରେଷ୍ଟର  କୈବଲ୍ୟ ବେହେରା , ଫରେଷ୍ଟଗାର୍ଡ ଅନିଲ୍ ଦାସ ଓ ସ୍ୱାର୍ଡମାନେ ରମାବିଲ ରାସ୍ତାରେ ବାର୍‌ହା ମାଂସ ନେଇ ଯାଉଥିବା ଦୁଇ ଜଣକୁ ଅଟକାଇ ଥିଲେ ।

ସେମାନଙ୍କ ଠାରୁ କିଛି ବାର୍‌ହା ମାଂସ ସହ ହାଡ ଜବତ କରିବା ସହ ସେ ଦୁଇ ଜଣ କୁ ଗିରଫ କରିଥିଲେ । ଗିରଫ ଦୁଇଜଣ ହେଲେ ବୁଲୁ ଜେନା (୩୫) ଗ୍ରାମ- ଗୋପିନାଥପୁର ସାହି ଓ ଜଗନ ବେହେରା (୧୮) ଗ୍ରାମ- ରମାବିଲ । ଅଭିଯୁକ୍ତ ଙ୍କ ନାମରେ ରଣପୁର ବନ ବିଭାଗ କେଶ୍ ନଂ ୧୬/୨୦୨୦-୨୧ ରୁଜୁ କରାଯାଇଥିବା ଜଣାପଡିଛି । ଜବତ ବାର୍‌ହା ମାଂସ କୁ ପଶୁ ନିରିକ୍ଷକ ଙ୍କ ଦ୍ୱାରା ପରୁକ୍ଷା ପରେ ପୋତି ଦିଆଯାଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଦୁଇଜଣ ଙ୍କୁ ଡିସେମ୍ବର ୧୭ ତାରିଖ ସକାଳୁ କୋର୍ଟ ଚାଲାଣ କରାଯିବ ବୋଲି ରଣପୁର ରେଞ୍ଜର ଶରତ କୁମାର ଶତପଥିଙ୍କ ଠାରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.