Home ଓଡ଼ିଶା ରଣପୁର ବାଘଝରରେ ଥିବା ଗିରି ହନୁମାନ ମନ୍ଦିର ପର୍ଯ୍ୟଟନ ବିଭାଗ ଦୃଷ୍ଟି ଆଢୁଆଳରେ

ରଣପୁର ବାଘଝରରେ ଥିବା ଗିରି ହନୁମାନ ମନ୍ଦିର ପର୍ଯ୍ୟଟନ ବିଭାଗ ଦୃଷ୍ଟି ଆଢୁଆଳରେ

41

ନୟାଗଡ/୨୨/୧୦(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ) -ନୟାଗଡ ଜିଲ୍ଲା ରଣପୁରରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଅଛି । ରାଜ୍ୟ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ରହୁଅଛି । ନୟାଗଡ ଜିଲ୍ଲା ପ୍ରସାଶନର ପ୍ରର୍ଯ୍ୟଟନ କେନ୍ଦ୍ର ଦାଇତ୍ୱରେ ଥିବା ଅଧିକାରୀ ଙ୍କର ଅଣଦେଖା ସାଙ୍ଗକୁ ନେତୃବର୍ଗ ଙ୍କର ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଅନେକ ପ୍ରର୍ଯ୍ୟଟନ ସ୍ଥଳୀ ଅବହେଳିତ ଅବସ୍ତାରେ ରହୁଅଛି । ଯାହା ଫଳରେ ପ୍ରର୍ଯ୍ୟଟନ ସ୍ଥଳୀକୁ ନିର୍ଭର କରି ଜୀବନ ଜିବିକା ବଞ୍ଚାଉଥିବା ପରିବାର ଗୁଡିକ ବଞ୍ଚିବାର ରାହା ହରାଇଲେଣି । ସେଭଳି ଏକ ପ୍ରର୍ଯ୍ୟଟନ କେନ୍ଦ୍ର ହେଉଛି ମଣିନାଗ ପାହାଡରେ ଥିବା ବାଘଝର । ଏହି ବାଘଝର ନିକଟରେ ବହୁ ବାଘ ଗୁମ୍ଫା ରହିଅଛି । ଅତିତରେ ବାଘମାନେ ଏହି ଗୁମ୍ଫାରେ ଅବସ୍ଥାନ କରି ଝରଣାରୁ ପାଣି ପିଇଥାନ୍ତି । ବର୍ଷ ସାରା ଏହି ଝରଣାରୁ ପାଣି ବାହାରିଥାଏ ।

ବାଘମାନେ ପାଣି ପିଇବା ଯୋଗୁଁ ଏହି ଝରଣାର ନାମ ବାଘଝର ହୋଇଅଛି । ଏବେ ଅବଶ୍ୟ ବାଘମାନେ ସେଠାରେ ରହୁନାହାଁନ୍ତି କିନ୍ତୁ ପରିବେଶ ଖୁବ୍ ମନୋରମ  । ସ୍ଥାନୀୟ ଯୁବକ ମାନଙ୍କ ଉଦ୍ୟମରେ ଏହି ଠାରେ ଏକ ଗିରି ହନୁମାନ ମନ୍ଦିର ନିର୍ମାଣ ହୋଇଅଛି । ବାଘଝରରୁ  ନିର୍ଗତ ଜଳ ରାଶି କୁ ଏକ କୁଣ୍ଡରେ ରଖାଯାଇ ଥିବା ଦେଖିବାକୁ ମିଳୁଛି  । ଏ ସବୁର ଦୃଶ୍ୟ କୁ ଦେଖିବା ପାଇଁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଓ ବହୁ ପ୍ରର୍ଯ୍ୟଟକ ଆସିଥାନ୍ତି । ରାଜ୍ୟ ପ୍ରର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ରହିବା ଯୋଗୁଁ ଏହି ସ୍ଥାନଟି ଅବହେଳିତ ଭାବରେ  ରହି ସ୍ଥିତି ହରାଇବାକୁ ବସିଲାଣି  । ରାଜ୍ୟ ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ  ଏହି ପୀଠକୁ ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନ ଦେଇ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦେବା ପାଇଁ ରଣପୁର ବୁଦ୍ଧିଜିବୀ ମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.