Home ଓଡ଼ିଶା ରଣପୁର ରେ ଛିନ୍ନମସ୍ତା ତାରା ବେଶରେ ପୂଜା ପାଇଲେ ମଣିନାଗ

ରଣପୁର ରେ ଛିନ୍ନମସ୍ତା ତାରା ବେଶରେ ପୂଜା ପାଇଲେ ମଣିନାଗ

44

ନୟାଗଡ/୨୨/୧୦(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ମା ମଣିନାଗ ପୀଠରେ ନବରାତ୍ରର ସପ୍ତମୀ ରେ ଛିନ୍ନମସ୍ତା ତାରା ବେଶରେ ପୂଜା ପାଇଲେ ମା ମଣିନାଗ । ରାଜରଜୁଡା ଅମଳରୁ ଏଠାରେ ନବରାତ୍ର ପୂଜା ଅନୁଷ୍ଟିତ ହେଉଅଛି । ବିଶ୍ୱର କଲ୍ୟାଣ ନିମିତ୍ତ ମା ଛିନ୍ନମସ୍ତା ତାରାଙ୍କୁ ପୂଜା ଓ ଆରାଧାନା କରାଯାଏ ।

ପ୍ରତିଦିନ ଭଳି ସକାଳୁ ଷଢାଙ୍ଗ, ସୂର୍ଯ୍ୟପୂଜା,ଦ୍ୱାରପୂଜା,ବିଲ୍ୱପୂଜା,ପୀଠପୂଜା,ପୀଠଚଣ୍ଡୀ ପାଠ କରାଯାଇଥାଏ । ସନ୍ଧ୍ୟାରେ ମୂଳମନ୍ତ୍ରରେ ଆହୁତି, ପ୍ରତି ଚଣ୍ଡୀ ଷ୍ଲୋକରେ ଆହୁତି, ଉପଚାର ପୂଜା, ଆଳତି, ପୂଷ୍ପାଞ୍ଜଳୀ ପରେ ମାସୋଧନ ବଳି ପରେ ପହଡ ପଡି ନିର୍ମାଲ୍ୟ ସର୍ମପଣ କରାଯାଇଥାଏ । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ପୂଜାର୍ଚ୍ଚନା କରାଯାଉ ଅଛି । ଅବସରପ୍ରାପ୍ତ ଅଧ୍ୟାପକ ପଣ୍ଡିତ ଗୋଦାବରୀଶ ଶତପଥି ଙ୍କ ଦ୍ୱାରା ଚଣ୍ଡୀ ପାଠ ଓ ପୂଜାର୍ଚ୍ଚନା କରାଯାଉଥିବା  ଜଣାପଡିଛି । ମା ମଣିନାଗ କମିଟି ତରଫରୁ ନବରାତ୍ର ପୂଜାର ଆୟୋଜନ କରାଯାଉଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.