Home ଓଡ଼ିଶା ରଣପୁର ଜଗନ୍ନାଥ ବଜାର ଦୁର୍ଗା ମଣ୍ଡପରେ ସପ୍ତମୀ ପୂଜା ଆରମ୍ଭ

ରଣପୁର ଜଗନ୍ନାଥ ବଜାର ଦୁର୍ଗା ମଣ୍ଡପରେ ସପ୍ତମୀ ପୂଜା ଆରମ୍ଭ

163

ନୟାଗଡ/୨୨/୧୦(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ରାଜ ଉଆସ ସାମନା ବଜାରରେ ପଚାଶ ବର୍ଷରୁ ଉର୍ଦ୍ଧ ଧରି ଦୁର୍ଗା ପୂଜା ଅନୁଷ୍ଟିତ ହୋଇଆସୁଅଛି । ଚଳିତ ବର୍ଷ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରସାଶନର ଗାଇଡ୍ ଲାଇନ୍ ଅନୁସାରେ ସପ୍ତମୀ ପୂଜା ଆରମ୍ଭ ହୋଇଯାଇଅଛି । ଏହି ପୂଜା ବିଜୟା ଦଶମୀ ଅକ୍ଟୋବର ୨୫ ତାରିଖ ଦଶହରା ପର୍ଯ୍ୟନ୍ତ ଚାଲିବ ।

ଚଳିତ ବର୍ଷ ପୂଜା ମଣ୍ଡପର ଦୂରତ୍ୱ ସାଙ୍ଗକୁ ସୀମିତ ସଂଖ୍ୟକ ଭକ୍ତଙ୍କୁ ନେଇ ଦର୍ଶନ କରିବାରେ ମାସ୍କ ପରିଧାନକୁ ବାଧ୍ୟତା ମୂଳକ କରାଯାଇଅଛି । ଚଳିତ ବର୍ଷ ସମସ୍ତ ସାସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଅଛି । ରଣପୁର ଜଗନ୍ନାଥ ବଜାର ଦୁର୍ଗା କମିଟି ତରଫରୁ ପୂଜାର ଆୟୋଜନ କରାଯାଇଅଛି । ବିନା ଭକ୍ତରେ ପୂଜା ମଣ୍ଡପ ଖାଁ ଖାଁ ଲାଗୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.