Home ଓଡ଼ିଶା ରଣପୁର ବନାଂଚଳ ସାନତୁଲୁବି ରୁ ମୃତ ଗୁରାଣ୍ଡି ଜବତ ଶିକାରୀ ଗିରଫ

ରଣପୁର ବନାଂଚଳ ସାନତୁଲୁବି ରୁ ମୃତ ଗୁରାଣ୍ଡି ଜବତ ଶିକାରୀ ଗିରଫ

185

ନୟାଗଡ/୪/୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଂଚଳ ରେ ଶିକାରୀ ମାନେ ଅଭିନବ ଉପାୟ ରେ ନିଆଁ ଲଗାଇ ଜାଲ ବିଛାଇ ଶୀକାର କରୁଥିବା ରଣପୁର ରେଞ୍ଜର ଶରତ ଚନ୍ଦ୍ର ଶତପଥି ଖବର ପାଇଁ ଘୋର ଉଦ୍‌ବେଗ ପ୍ରକାଶ କରିଥିଲେ । ଯାହାକୁ ନେଇ ସମସ୍ତ ବନ କର୍ମଚାରୀ ଙ୍କୁ ସତର୍କ ଦୃଷ୍ଟି ରଖିବାକୁ ନିର୍ଦେଶ ଦେଇଥିଲେ । ମାର୍ଚ୍ଚ ୪ ତାରିଖ ରେ କରଡାପଲ୍ଲା ଫରେଷ୍ଟର ସୈାଭାଗ୍ୟ ଲକ୍ଷ୍ମୀ ଭୋଳ , ସେଫାଳି କୁଜୁର୍ , ସୁବ୍ରତ ହୋତା ଓ ଅନ୍ୟ କର୍ମଚାରୀ ଙ୍କୁ ନେଇ ସାନତୁଲୁବି ଅଂଚଳ କୁ ନିଆଁ ଛଡାଇବାକୁ ଯାଇଥିଲେ ।

ସେଠାରେ ଜଣେ ଲୋକ କୁ ସନ୍ଦେହ କରି ତନଖି କରିବା ସମୟରେ ଏକ ବଡ ଜରି ବ୍ୟାଗ୍ ରୁ ଏକ ମୃତ ଗୁରାଣ୍ଡି ଜବତ କରିଥିଲେ । ଶୀକାର କରିଥିବା ଅଭିଯୋଗ ରେ କଳାମାଟିଆ ଗ୍ରାମର ଦୁର୍ଯ୍ୟୋଧନ ସାହୁ ଙ୍କୁ ଗିରଫ କରିଥିଲେ । ଏହା ଫଳରେ ବନ୍ୟଜନ୍ତୁ ଶିକାରୀ ମାନଙ୍କ ମନ ରେ ଭୟ ଯାତ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.