Home କେନ୍ଦୁଝର ଦୁଇଟି ଫାଣ୍ଡି ଓ ଗୋଟିଏ ଥାନା ପ୍ରତିଷ୍ଠା ପାଇଁ ବିଧାୟକଙ୍କ ଉଦ୍ୟମ

ଦୁଇଟି ଫାଣ୍ଡି ଓ ଗୋଟିଏ ଥାନା ପ୍ରତିଷ୍ଠା ପାଇଁ ବିଧାୟକଙ୍କ ଉଦ୍ୟମ

44

ହାଟଡ଼ିହି, ୪ /୩ : (ଓଡିଆପୁଅ / ବିକାଶ ବିଶ୍ୱାଳ)ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ଦୁଇଗୋଟି ଫାଣ୍ଡି ପ୍ରତିଷ୍ଠା ସହ ଗୋଟିଏ ଫାଣ୍ଡିକୁ ଅପଗ୍ରେଡଡ କରି ଥାନା କରାଯିବାକୁ ବିଧାୟକ ଭାଗିରଥି ସେଠୀ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି । ବିଧାୟକ ଶ୍ରୀଯୁକ୍ତ ସେଠୀ ଗତ ୨୦୧୨ରେ ହାଟଡିହି ବ୍ଲକର ଶାଳଣିଆଁ ଠାରେ ଏକ ଫାଣ୍ଡି ଖୋଲିବାପାଇଁ ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କୁ ଚିଠି ମାଧ୍ୟମରେ ପ୍ରସ୍ତାବ ଦେଇଥିଲେ । ଶାଳଣିଆଁ ଠାରେ ଅନେକ ସମୟରେ ଆଇନି ଶୃଙ୍ଖଳା ପରିସ୍ଥିତି ସ଼ୃଷ୍ଟି ହେଉଥିବା ଓ ଏହା କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାର ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଠାରେ ଫାଣ୍ଡି ଖୋଲାଯିବା ପାଇଁ ଦାବି ଜଣାଇଥିଲେ । ଯାହାକୁ ସରକାର ଗ୍ରହଣ କରି ଜମି ଚିହ୍ନଟ କାର୍ଯ୍ୟ ସାରିଥିଲେବି ତାହା ଆଜି ପର୍ଯ୍ୟନ୍ତ ଖୋଲାଯାଇ ପାରିଲାନି । ପରବର୍ତ୍ତୀ ସମୟରେ ଗତ କିଛିଦିନ ତଳେ ବିଧାୟକ ଶ୍ରୀ ସେଠୀ ପୁନର୍ବାର ଗୃହ ବିଭାଗଙ୍କୁ ଚିଠିଲେଖି ସୋସୋ ଥାନା ଅଧିନସ୍ଥ ହଦଗଡ ଓ ନନ୍ଦିପଦା ଥାନା ଅଧିନସ୍ଥ ଶାଳଣିଆଁ ଠାରେ ଦୁଇଟି ଫାଣ୍ଡି ଖୋଲିବାସହ ଆନନ୍ଦପୁର ଥାନା ଅଧିନସ୍ଥ ମନୋହରପୁର ଫାଣ୍ଡିକୁ ଅପଗ୍ରେଡଡ କରାଯାଇ ଥାନା କରିବାପାଇଁ ନିବେଦନ କରିଥିଲେ । ହଦଗଡ ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଓ ଏଠାରେ ପର୍ଯ୍ୟଟକଙ୍କ ଗହଳି ଓ ନବୋଦୟ ବିଦ୍ୟାଳୟ ଭଳି ଏକ ସ୍କୁଲ ଏବଂ ହଦଗଡ ଡ୍ୟାମ ଥିବାରୁ ଏଠାରେ ଫାଣ୍ଡି ଖୋଲାଯିବା ନିମନ୍ତେ ଉଲେଖ କରିବାସହ ଏନେଇ ବିଧାନସଭାରେ ମଧ୍ୟ ଆଲୋଚନା କରିଥିଲେ । ଏନେଇ ଗୃହ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତାଙ୍କ ଚିଠିନଂ ୮୩୯୫ରେ କେଉଁଠି କେଉଁଠି ଫାଣ୍ଡି ଓ ଥାନା ଖୋଲିବା ସେନେଇ ପ୍ରସ୍ତାବ ଦେବାକୁ ବିଧାୟକଙ୍କୁ ଜଣାଇଛନ୍ତି । ପ୍ରସ୍ତାବ ମିଳିବାପରେ ବାଚଷ୍ପତିଙ୍କ ନିର୍ଦ୍ଦେଶାନୁସାରେ ପଦକ୍ଷେପ ନିଆଯିବ ବୋଲି ଉଲେଖ କରାଯାଇଛି । ବିଧାୟକଙ୍କ ଏପରି ପଦକ୍ଷେପକୁ ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ୱାଗତ କରାଯିବା ସହ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.