Home ଓଡ଼ିଶା ଅଭାବ ଅନାଟନ ରେ ଗଉଡିଆପଡା ଟେରାକୋଟା କାରିଗର

ଅଭାବ ଅନାଟନ ରେ ଗଉଡିଆପଡା ଟେରାକୋଟା କାରିଗର

139

ନୟାଗଡ/୪/୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗଉଡିଆପଡା ଗ୍ରାମରେ ଅନେକ ଟେରାକୋଟା କାରିଗର ଦୁର୍ଦିନ ରେ ଅଭାବ ଅନାଟନ ରେ ରହୁଥିବା ଜଣାପଡିଛି । କରୋନା କଟକଣା ଯୋଗୁଁ ମେଳା ମହୋତ୍ସବ ବନ୍ଦ ହୋଇ ଯାଇଅଛି । ଯାହାଫଳରେ ସେମାନଙ୍କ ଦ୍ୱାରା ମାଟି ନିର୍ମିତ ଘୋଡା ,ହାତୀ , ଫୁଲଦାନି , ଗ୍ଲାସ , ଚା କପ୍ ପ୍ଲେଟ୍ , ଠାକୁରାଣୀ ମୃର୍ତ୍ତି , ଦୀପ ,ହାଣ୍ଡି ଆଟିକା ଓ ଅନ୍ୟ ସମସ୍ତ ମାଟି ପାତ୍ର ବିକ୍ରୟ ହୋଇପାରୁ ନାହିଁ ବୋଲି କାରିଗର ଦୁର୍ଯ୍ୟୋଧନ ମୁଦୁଲି ଓ ସୁରେଶ କୁମାର ମୁଦୁଲି କହିଛନ୍ତି ।

ସୁରେଶ କୁମାର ମୁଦୁଲି ନୟାଗଡ ଜିଲ୍ଲା ଶିଳ୍ପ କେନ୍ଦ୍ର ମାଧ୍ୟମ ରେ ତାଲିମ୍ ପାଇଛନ୍ତି । ସେ ଜଣେ ଭିନ୍ନକ୍ଷମ । ଯୁକ୍ତ ୨ ଶିକ୍ଷା ପରେ ଆର୍ଥିକ ଅନାଟନ ଯୋଗୁଁ ନିଜର କୈାଳିକ ବୃତି ମାଟି ନିର୍ମିତ ପାତ୍ର ନିର୍ମାଣ କରୁଛନ୍ତି । ଏକ ବର୍ଷ ହେବ ବିକ୍ରି ବଟା ବନ୍ଦ ହୋଇଯିବା ଯୋଗୁଁ ଅଭାବ ଅନାଟନ ରେ ଦିନ କାଟୁଛନ୍ତି । ସରକାରୀ ଆର୍ଥିକ ସହାୟତା ଓ ବ୍ୟାଙ୍କ ଜରିଆରେ ଋଣ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.