Home ଓଡ଼ିଶା ରଣପୁର ବନାଂଚଳରୁ ବାଘଛାଲ ଓ ହାଡ ଜବତ ଜଣେ ଗିରଫ

ରଣପୁର ବନାଂଚଳରୁ ବାଘଛାଲ ଓ ହାଡ ଜବତ ଜଣେ ଗିରଫ

140

ରଣପୁର(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୦୬-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଜାମ୍ମୁଗଣ୍ଡ ଗ୍ରାମରୁ କ୍ରାଇମ୍‌ବ୍ରାଂଚ ସ୍ପେସାଲ ଟାକ୍ସ ଫୋର୍ସ ଦ୍ୱାରା ୨ଟି ବାଘ ଛାଲ ଓ ୩୦ ଖଣ୍ଡ ବାଘ ହାଡ ଜବତ ହୋଇଥିବା ଜଣା ପଡିଛି । ବାଘ ଛାଲ ବିକୁଥିବା ଅଭିଯୋଗରେ ସେହି ଜାମ୍ମୁଗଣ୍ଡ ଗ୍ରାମର ଲକ୍ଷ୍ମୀଧର ପ୍ରଧାନଙ୍କୁ ଗିରଫ କରିଛି । ଏହି ଜବତ ବାଘ ଛାଲ ହେଉଛି କଲରା ପତରିଆ ବାଘର ଛାଲ । ଗିରଫ ଲକ୍ଷ୍ମୀଧର ପ୍ରଧାନ ବନ୍ଧମୁଣ୍ଡା ଗ୍ରାମ ପଂଚାୟତର ସମିତି ସଭ୍ୟଭାବେ କାର୍ଯ୍ୟ କରୁଥିବା ଜଣା ପଡିଛି । ରଣପୁର ଅଂଚଳରେ ଶିକାରୀଙ୍କ ଦ୍ୱାରା ବାଘ ଶିକାର ହୋଇଥିବା ଅନେକଦିନ ହେଲା ଚର୍ଚ୍ଚା ହେଉଥିଲା ।  ତାହାକୁ ନେଇ କ୍ରାଇମ୍‌ବ୍ରାଂଚ ସ୍ପେସାଲ ଟାକ୍ସ ଫୋର୍ସ ରଣପୁର ଅଂଚଳ ଉପରେ ନଜର ରଖିଥିଲା । ଗତ ୮ ତାରିଖରେ ନୟାଗଡ ଜିଲ୍ଲା ଦଶପଲା ରୁ ୨ଗୋଟି ବାଘ ଛାଲ ଜବତ ପରେ ସ୍ପେସାଲ ଟାକ୍ସ ଫୋର୍ସର ନଜର ରଣପୁର ଉପରେ କେନ୍ଦ୍ରୀଭୁତ ହୋଇ ମାଳ ଅଂଚଳରୁ ବାଘ ଛାଲ କିଣିବା ପାଇଁ ଜାଲ ବିଛାଇଥିଲେ ।

ଏହି ଜାଲରେ ଲକ୍ଷ୍ମୀଧର ପ୍ରଧାନ ପଡି ଛାଲ ବିକ୍ରୟ କରିବା ପାଇଁ ଦୁଇ ତିନି ଲକ୍ଷ ଟଙ୍କା ମୁଲଚାଲ କରିଥିଲେ । ଗିରଫ ଲକ୍ଷ୍ମୀଧର ପ୍ରଧାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ଜାମିନ୍ ନାମଂଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଲକ୍ଷ୍ମୀଧର ନିଜେ ଶିକାରୀ ନା ବାଘ ଛାଲ କିଣା ବିକାରେ ମଧ୍ୟସ୍ଥତା କରୁଥିଲେ ତାହା ନେଇ ସନ୍ଦେହ ସୃଷ୍ଟି ହୋଇଛି । କ୍ରାଇମବ୍ରାଂଚ ସ୍ପେସାଲ ଟାକ୍ସ ଫୋର୍ସ ବାଘ ଶିକାରୀ ନିକଟରେ ପହଁଚିବା ପାଇଁ ଲକ୍ଷ୍ମୀଧରଙ୍କୁ ରିମାଣ୍ଡରେ ଆଣିପାରେ ବୋଲି ଚର୍ଚ୍ଚା ହେଉଛି । ରଣପୁର ଅଂଚଳରେ ଜୀବ ପ୍ରେମୀମାନେ ଏହି ଗିରଫଦାରୀଙ୍କୁ ସ୍ୱାଗତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.