Home କେନ୍ଦୁଝର ଟୁକୁଣା- ଆମ୍ବୋ ରାସ୍ତା ନିର୍ମାଣ ହେବ କେବେ ? ଶିଳାନ୍ୟାଶ କରି ଚୁପ ବସିଗଲା ଆର.ଡି...

ଟୁକୁଣା- ଆମ୍ବୋ ରାସ୍ତା ନିର୍ମାଣ ହେବ କେବେ ? ଶିଳାନ୍ୟାଶ କରି ଚୁପ ବସିଗଲା ଆର.ଡି ବିଭାଗ, ଲୋକେ କଲବଲ

70

ହାଟଡ଼ିହି, ୧୩ । ୬ : କେନ୍ଦୁଝର ଜିଲା ହାଟଡିହି ବ୍ଲକ ଟୁକୁଣା -ଆମ୍ବୋ ରାସ୍ତା ନିର୍ମାଣ ହେଉନଥିବାରୁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ନିର୍ମାଣ ପାଇଁ କୋଟିଏରୁ ଉର୍ଦ୍ଧ ଟଙ୍କାର ଏଷ୍ଟିମେଟ ପରେ ଗତ ୨୦୧୯ ଫେବୃୟାରୀ ମାସରେ ରାସ୍ତା ନିର୍ମାଣ ପାଇଁ ତତ୍କାଳୀନ ମନ୍ତ୍ରୀ ଓ ବିଧାୟକଙ୍କ ଦ୍ୱାରା ଶିଳାନ୍ୟାଶ କରାଯାଇଥିଲା । ୧୬ମାସ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ନାଁ ଗନ୍ଧ ଧରୁନି ଠିକାଦାର । ଫଳରେ ରାସ୍ତାଟି ଖାଲଖମାରେ ପରିପୁର୍ଣ୍ଣ ହୋଇଯାଇଛି । ଶିଳାନ୍ୟାଶ କାମ ସାରିଦେଇ ବିଭାଗୀୟ ଅଧିକାରୀ ମାନେ ଚୁପ ହୋଇଯାଇଛନ୍ତି । ଏହି ରାସ୍ତା ଉପରେ ଆମ୍ବୋ, ସରଳ, କୋଳିପଦି, ବେଗୁନିଆପଦି, ଅଣତିରା, କରଗୋଳା ପ୍ରଭୃତି ଗ୍ରାମର ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ଦୀର୍ଘବର୍ଷ ଧରି ରାସ୍ତାଟି ଅବହେଳିତ ହୋଇ ପଡିଥିବାବେଳେ ଅନେକଥର ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଜିଲ୍ଲା ପ୍ରଶାସନ ଏଥିପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅନୁଦାନରୁ କୋଟିଏରୁ ଉର୍ଦ୍ଧ ଟଙ୍କା ଯୋଗାଇ ଦେଇଥିଲା । ଆର.ଡି ବିଭାଗ ପକ୍ଷରୁ ଏହାର ଟେଣ୍ଡର ମଧ୍ୟ କରାଯାଇଥିଲା । ଯେଉଁ ଠିକାଦାର ଟେଣ୍ଡର ପାଇଥିଲେ ସେ ଇତିମଧ୍ୟରେ ଏଗ୍ରିମେଣ୍ଟ ମଧ୍ୟ ସାରିଛନ୍ତି । କିନ୍ତୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରୁନଥିବାରୁ ଏବେ ବିରାଟ ବିରାଟ ଖାଲଖମା ସୃଷ୍ଟି ହୋଇ ରାସ୍ତାଟି ଯାତାୟତ ଅନୁପଯୋଗୀ ହୋଇପଡିଛି । ଏପରିକି ବିପଦ ଆପଦ ସମୟରେ ଆମ୍ବୁଲାନସ କି ଦମକଳଟିଏ ମଧ୍ୟ ଯାଇପାରୁନି । ଶହଶହ ଭାରିଯାନ ଚଳାଚଳ କରିବାଦ୍ୱାରା ରାସ୍ତାରେ ଦୁଇନତିନି ଫୁଟ ଗଭୀରର ଖାଲ ସୃଷ୍ଟି ହୋଇ ପାଣି ରହିବାଦ୍ୱାରା ଯାତାୟତରେ ଲୋକମାନେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ସମାଜସେବୀ ରଶ୍ମୀରଞ୍ଜନ ରାଉତ, ବବୁଲ ରାଉତ, ରାଜେନ୍ଦ୍ର ମହାପାତ୍ର, ଜ୍ଞାନେନ୍ଦ୍ର ମହାପାତ୍ର, ହେମନ୍ତ ଦାସ, ଅମରେନ୍ଦ୍ର ମହାପାତ୍ର, ରାଜେଶ ମହାପାତ୍ର, ପ୍ରମୁଖ ଅଭିଯୋଗ କରିଛନ୍ତି । ଏହି ସମାନ ସମୟରେ ଟେଣ୍ଡର ହୋଇଥିବା ଅନ୍ୟ ରାସ୍ତାସବୁ କାମ ସରିଯାଇôତବାବେଳେ ଆଜି ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ହେଉନଥିବାରୁ ରାସ୍ତା ନିର୍ମାଣ ନେଇ ଲୋକମାନଙ୍କ ଭିତରେ ଏହି ରାସ୍ତା ଆଉ ନିର୍ମାଣ ହେବକି ନାହିଁ ସେନେଇ ଆଶଙ୍କା ଦେଖାଦେଇଛି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରେ ସେ ଉକ୍ତ ତିନି କିଲୋମିଟର ରାସ୍ତା ପାଇଁ ଯେଉଁ ଏଷ୍ଟିମେଟ ହୋଇଥିଲା ତାହା ଠିକ ଭାବେ ହୋଇ ନାହିଁ । ଏହି ରାସ୍ତା ଉପରଦେଇ ଶହଶହ ଭାରିଯାନ ଚଳାଚଳ କରୁଥିବାରୁ ଯେଉଁ ଏଷ୍ଟିମେଟ ଅନୁଯାଇ ଟେଣ୍ଡର ହୋଇଛି ସେହି ଅନୁସାରେ ରାସ୍ତା ନିର୍ମାଣ କଲେ ରାସ୍ତାଟି ଅଳ୍ପ କିଛିଦିନ ଭିତରେ ନଷ୍ଟ ହୋଇଯିବ । ତେଣୁ ଏହି ଏଷ୍ଟିମେଟକୁ ପରିବର୍ତ୍ତନ କରି ଆପ୍ରୁଭାଲ ପାଇଁ ପଠାଯାଇଛି ଆପ୍ରୁଭ ହୋଇ ଆସିଲେ ନୁଆ ଏଷ୍ଟିମେଟ ଅନୁଯାଇ କାମ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.