Home ଓଡ଼ିଶା ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ହିଟାଚି ମେସିନ୍ ବୋଝେଇ ଟ୍ରଲର, ଚାଳକ ସହ ମେସିନ୍...

ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ହିଟାଚି ମେସିନ୍ ବୋଝେଇ ଟ୍ରଲର, ଚାଳକ ସହ ମେସିନ୍ ଅପରେଟର ଗୁରୁତର

285

ହରିଚନ୍ଦନପୁର, ତା ୧୩ ଜୁନ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ନରଣପୁର ଠାରୁ ହରିଚନ୍ଦନପୁର ଭିଆଇପି ରାସ୍ତାର କୁଆଝରଣ ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସିଲା ହିଟାଚି ମେସିନ୍ ବୋଝେଇ ଟ୍ରଲର, ଚାଳକଙ୍କ ସହ ମେସିନ୍ ଅପରେଟର ଗୁରୁତର । ଖବର ଅନୁଯାୟୀ ହିଟାଚି ମେସିନଟି କେନ୍ଦୁଝର ଜିଲ୍ଲା ପଦ୍ମପୁର ଠାରେ ଏଲଏଣ୍ଡଟି କମ୍ପାନୀର ଜଳ ଯୋଗାଣ କାର୍ଯ୍ୟରେ ନିୟୋଜିତ ଥିଲା । ସେଠାରେ କାର୍ଯ୍ୟ ସରିଯିବାରୁ ଆଜି ଅପରାହ୍ନ ସମୟରେ ହିଟାଚି ମେସିନଟି ଏକ ଟ୍ରଲର(ଓଡି ୨୯ ଇ ୮୩୯୭)ରେ ବୋଝେଇ ହୋଇ ଭୁବନେଶ୍ୱର ପଟିଆ ଅଭିମୁଖେ ଯାଉଥିଲା । ହେଲେ କୁଆଝରଣ ଘାଟିରେ କୋୖଣସି କାରଣରୁ ଭାରସାମ୍ୟ ହରାଇ ୧୦୦ଫୁଟ୍ ତଳକୁ ଖସି ଯାଇଥିଲା । ଫଳରେ ଟ୍ରଲର ଚାଳକଙ୍କ ସହ ସାଥିରେ ଥିବା ମେସିନ୍ ଅପରେଟର ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିବା ପରେ ଉକ୍ତ ରାସ୍ତା ଦେଇ ଆସୁଥିବା ଲୋକମାନେ ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଜଣାଇବା ସହ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଗାଡ଼ି ମଧ୍ୟରୁ ଉଦ୍ଧାର କରି ରାସ୍ତା ଉପରକୁ ଆଣିଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆଣି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟ ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଟ୍ରଲର ଚାଳକଙ୍କ ପରିଚୟ ମିଳିନଥିବା ବେଳେ ସେ ଅଣ ଓଡ଼ିଆ ହୋଇଥିବା ସହ ତାଙ୍କ ଘର ବିହାର ଅଞ୍ଚଳରେ ଓ ମେସିନ୍ ଅପରେଟର ଜଣଙ୍କ ନୟାଗଡ଼ ଜିଲ୍ଲା ଜହ୍ନିପୁର ଗ୍ରାମପଞ୍ଚାୟତ ବିଜୁପୁର ଗ୍ରାମର କାହ୍ନା ସ୍ବାଇଁ (୧୯) ବୋଲି ଜଣାପଡ଼ିଛି । ଘଟଣାର ଖବର ପାଇ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।


LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.