Home ଓଡ଼ିଶା ଫେଡକୋ ଓ ନିଳାଚଳ ତରଫରୁ ଗରୀବ ନିରୀହ ଆଦିବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଫେଡକୋ ଓ ନିଳାଚଳ ତରଫରୁ ଗରୀବ ନିରୀହ ଆଦିବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

219

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୦୪-ନୟାଗଡ ଜିଲ୍ଲା ରଣପୁର ଅଂଚଳର ଗରୀବ ନିରୀହ ଆଦିବାସୀ ମାନଙ୍କୁ ବାଲୁଗାଁ ଡିଭିଜନ ଫେଡ୍‌କୋ ଓ ନିଳାଚଳ ପାୱାର ବିଦ୍ୟୁତ୍ ବିଭାଗ ତରଫରୁ ଏପ୍ରିଲ୍ ୨୧ ତାରିଖରେ ଶୁଖିଲା ଖାଦ୍ୟ ଚୁଡା ଓ ଚିନି ସହ ହାତ ଧୋଇବା ପାଇଁ ଗୋଟିଏ ଲେଖାଏଁ ସାବୁନ୍ ବଣ୍ଟନ ହୋଇଥିବା ଜଣା ପଡିଛି ।

ବିଭାଗ ତରଫରୁ ୨୦୦ ପ୍ୟାକେଟ୍ ବଳଭଦ୍ରପୁର ଗ୍ରାମ ପଂଚାୟତର ସୁର୍କାବାଡି, କାଣ୍ଡପଡା ଗ୍ରାମ ପଂଚାୟତର ଧଁମଡା ଓ ରଣପୁର ଏନ୍‌.ଏ.ସି ର ସାନଗଡ ର ଗରୀବ ନିରୀହ ଆଦିବାସୀ ମାନଙ୍କୁ ବଣ୍ଟନ କରାଯାଇଥିଲା । ଏଥିରେ ବାଲୁଗାଁ ଡିଭିଜନର ଫେଡ୍‌କୋ ମ୍ୟାନେଜର ପ୍ରକାଶ ପଣ୍ଡା, ନିଳାଚଳ ଡିଭିଜନ ଇନଚାର୍ଜ ଇଶାଖ୍ ମହମ୍ମଦ୍‌, ଫେଡ୍‌କୋ ରଣପୁର ସବ୍ ଡିଭିଜନର ଉପଖଣ୍ଡ ଅଧିକାରୀ ବିକାଶ ଶତପଥି, ସେକ୍ସନ ମ୍ୟାନେଜର ରମାକାନ୍ତ ସାହୁ, ସେକ୍ସନ ମ୍ୟାନେଜର ଶୁଭାଶିଷ ଓଝା ଓ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ । ଏହି ଶୁଖିଲା ଖାଦ୍ୟ ବଣ୍ଟନ ଦ୍ୱାରା ଗରୀବ ନିରୀହ ଆଦିବାସୀମାନେ ବିଭାଗ ପ୍ରତି ଆସ୍ଥା ପ୍ରକଟ କରିଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.