Home ଓଡ଼ିଶା ଓଡିଶାର ମୂଖ୍ୟମନ୍ତ୍ରୀଙ୍କ ୭୪ତମ ଜନ୍ମ ଦିନରେ ରକ୍ତଦାନ ଶିବିର

ଓଡିଶାର ମୂଖ୍ୟମନ୍ତ୍ରୀଙ୍କ ୭୪ତମ ଜନ୍ମ ଦିନରେ ରକ୍ତଦାନ ଶିବିର

33

ନୟାଗଡ/୧୬/୧୦(ଓଡିଆପୁଅ / ଦେବୀପ୍ରସାଦ ଆଚାର୍ଯ୍ୟ)- ମାନ୍ୟବର ଓଡିଶାର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୪ ତମ ଜନ୍ମ ଦିବସରେ କରୋନା କଟକଣା ଯୋଗୁଁ କେବଳ ରକ୍ତଦାନ ଓ ପ୍ଲାଜମା ଦାନ ପାଇଁ ନିର୍ଦେଶ ଦେଇଥିଲେ । ରଣପୁର ନିର୍ବାଚନ ମଣ୍ଡଳୀର ରାଜସୁନାଖଳା  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓଡିଶା ମୋ ପରିବାର ତରଫରୁ ଅକ୍ଟୋବର ୧୬ ତାରିଖ ରେ ରକ୍ତଦାନ ଶିବିର କରାଯାଇଥିଲା  । ଏହି ଶିବିରରେ ୧୦୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା  ।

କିଟ୍ ନଥିବାରୁ ୭୦ ଜଣ ରକ୍ତଦାତା ରକ୍ତ ନଦେଇ ଫେରିଯାଇଥିବା ଜଣାପଡିଛି । ରଣପୁର ବିଧାୟକ ତଥା ନୟାଗଡ ଯୋଜନା ବୋର୍ଡ ଅଧକ୍ଷ ସତ୍ୟନାରାୟଣ ପ୍ରଧାନ ଏହି ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ । ବିଜୁ ଜନତା ଦଳର ବରିଷ୍ଠ ନେତା ସଚିକାନ୍ତ ସଡଙ୍ଗୀ ରକ୍ତଦାନ ଶିବିରର ଆୟୋଜନ କରିଥିଲେ । ଲିଙ୍ଗରାଜ ନାୟକ ଓ ମନୋଜ ଦାସ  ଅନେକ ନେତୃବର୍ଗ ସହ ବିଜୁଜନତା ଦଳର ଯୁବ ନେତୃତ୍ୱ ମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.