Home ଓଡ଼ିଶା ରଣପୁର ପୋଲିସ ଦ୍ୱାରା ଦେଶୀ ମଦ ବିକ୍ରୟ ଅଭିଯୋଗ ରେ ୨ ଅଟକ

ରଣପୁର ପୋଲିସ ଦ୍ୱାରା ଦେଶୀ ମଦ ବିକ୍ରୟ ଅଭିଯୋଗ ରେ ୨ ଅଟକ

55

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୦୭- ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ ଚୋରା ହାତରନ୍ଧା ଦେଶୀମଦ ଖୁଲମ୍‌ଖୋଲା ପ୍ରତି ପଞ୍ଚାୟତ ଛକ ମାନଙ୍କ ରେ ବିକ୍ରୟ ଚାଲିଥିବା ବେଳେ ରଣପୁର ଅବକାରୀ ଥାନା ଚୁପ୍‌ଚାପ୍ ରହିବା ଘଟଣା ଅବକାରୀ ବିଭାଗ ଜର କାର୍ଯ୍ୟକାରିତା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି । ଯାହାଫଳରେ ଜନସାଧାରଣଙ୍କ ଠାରୁ ଅଭିଯୋଗ ପାଇ ପୋଲିସ ଚୋରା ହାତ ରନ୍ଧା ଦେଶୀ ମଦ ଧରିବାରେ ବ୍ୟସ୍ତ ରହୁଛି । ହାତରନ୍ଧା ଦେଶୀମଦ ବିକ୍ରୟ ଅଭିଯୋଗ ପାଇବା ପରେ ରଣପୁର ଥାନା ପୋଲିସ ଉପ ନିରିକ୍ଷକ ପ୍ରତି ପ୍ରକାଶ ମହାନ୍ତି ଗତ ଜୁଲାଇ ୧୬ ତାରିଖ ବିଳମ୍ବିତ ସଂନ୍ଧ୍ୟା ରେ ବ୍ରଜରାଜପୁର ଛକ ରେ ଚଡାଉ କରିଥିଲେ ।

ଚଢାଉ ସମୟରେ ୮ ଲିଟର ହାତରନ୍ଧା ଦେଶୀମଦ ଜବତ କରିବା ସହ ହିଞ୍ଜଳଗାଡିଆ ଗ୍ରାମର ଅଭିଯୁକ୍ତ ଦିପକ ସାହୁ କୁ ଧରିଥିଲେ । ସେହିଭଳି ଭାବରେ ସୁରୁକାବଡି ଗ୍ରାମରେ ଚଢାଉ କରି ୨୦ ଲିଟର ହାତରନ୍ଧା ଦେଶୀମଦ ଜବତ କରିବା ସହ ଅଭିଯୁକ୍ତ ବିରଞ୍ଚି ମଣ୍ଡଳ କୁ ଧରିଥିଲେ । ଉଭୟ ଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚାଲିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.