Home କୋରାପୁଟ କୋରାପୁଟ ଜିଲ୍ଲାରେ ୨୮ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୨୮ଜଣ କରୋନା ପଜିଟିଭ ଚିହ୍ନଟ

41

କୋରାପୁଟ ୧୭-୦୭(ଓଡିଆ ପୁଅ /ରଂଜନ ଦାସ)ଶନିବାର କୋରାପୁଟ ଜିଲ୍ଲାରେ  ୧୨ଜଣ ମହିଳାଙ୍କ ସମେତ   ୨୮ ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୭୦୯ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ସର୍ବାଧିକ ୧୫,ଜୟପୁର ପୌରାଂଚଳରୁ ୨  ଓ  ସୁନାବେଡା ପୌରାଂଚଳରୁ ୨ ଜଣ ପଜିଟିଭ ଚିହ୍ନଟ  ହୋଇଛନ୍ତି ।  ସେହିପରି  ଆଜି ବୈପାରିଗୁଡା ବ୍ଲକରୁ ୧, ବୋରିଗୁମ୍ମା ବ୍ଲକରୁ ୧,ଜୟପୁର ବ୍ଲକରୁ ୧,କୋରାପୁଟ ବ୍ଲକରୁ ୨,କୋଟପାଡ ବ୍ଲକରୁ ୩  ଏବଂ  ସେମିଲିଗୁଡା  ବ୍ଲକରୁ ଜଣେ  ଆକ୍ରାନ୍ତ ଚିହ୍ନଟ  ହୋଇଥିବା ଜଣାପଡିଛି । କୋଟପାଡ ଏନଏସି ସମେତ ବନ୍ଧୁଗାଁ, ଦଶମନ୍ତପୁର,କୁନ୍ଦୁରା,ଲମତାପୁଟ,ଲକ୍ଷ୍ମୀପୁର,ନନ୍ଦପୁର,ନାରାୟଣପାଟଣା ଏବଂ ପଟ୍ଟାଙ୍ଗୀ  ବ୍ଲକରୁ  ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ  ୧୭  ତାରିଖ ସୁଦ୍ଧା ୪ ଲକ୍ଷ   ୨୫ ହଜାର  ୫୪୦ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୮୩୦୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୩୩୯ଟି ସକ୍ରୀୟ କେସ ରହିଛି ।  ଜିଲ୍ଲାରେ  ଶନିବାର  ସୁଦ୍ଧା  ମୋଟ ମୃତ୍ୟୁ ସଂଖ୍ୟା ୬୭   ରହିଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.