Home ଓଡ଼ିଶା ରଣପୁର ପୋଲିସ କବଜ୍‌ା ରେ ୩ ଅଭିଯୁକ୍ତ ଡକାୟତ

ରଣପୁର ପୋଲିସ କବଜ୍‌ା ରେ ୩ ଅଭିଯୁକ୍ତ ଡକାୟତ

46

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର‌୍ୟ୍ୟ)/୨୮/୦୬- କରୋନା କଟକଣା ରେ ଲୋକ ଙ୍କ ଆର୍ଥିକ ମାନଦଣ୍ଡ ଭୁଶୁଡି ପଡିଥିବା ବେଳେ ଯାନବାହାନ ଯାତାୟତ ବନ୍ଦ ଯୋଗୁଁ ରାସ୍ତା ର ନିରୋଳା ସ୍ଥାନ ମାନଙ୍କ ରେ ଲୁଟ୍ ଡକାୟତି ବଢିବାରେ ଲାଗିଛି । ଲୋକଙ୍କ ଦୁର୍ଦିନ କୁ ଡକାୟତ ମାନେ ହାତଛଡା କରୁନାହାଁନ୍ତି । ସେଭଳି ଏକ ଅଭାବନୀୟ ଘଟଣା ଘଟିଥିଲା ଗତ ୧୦ ଦିନ ତଳେ ରଣପୁର ଥାନା ଦର୍ପନାରାୟଣପୁର ପାଣ୍ଡି ଗୋଡିପଡା ନିକଟ ଏକ ପ୍ରେଟୋଲ ପମ୍ପ ସାମ୍ନାରେ । ଗୋଡିପଡା ର ଜଣେ ସୁନା ବ୍ୟବସାୟୀ ମୁଣ୍ଡରେ ବନ୍ଧୁକ ଲଗାଇ ଡକାୟତ ମାନେ ୧୨ ଲକ୍ଷ ଟଙ୍କାର ସୁନା ରୂପା ଗହଣା ଲୁଟି ନେଇଥିଲେ ।

ଏ ସର୍ମ୍ପକେ ଅଭିଯୋଗ ପାଇ ରଣପୁର ଥାନା  ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ତଦନ୍ତ ଜାରି ରଖିଥିଲେ । ଗତ ଜୁନ୍ ୨୭ ତାରିଖ ରାତି ୨ ଟା ସମୟରେ ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ଓ ସବ୍ ଇନିସ୍ପେକ୍ଟର ପ୍ରିତି ପ୍ରକାଶ ମହାନ୍ତି ସଦଳବଳେ ଶରଣକୁଳ ଥାନା ଗୋଡିପଡା ଫାଣ୍ଡି ଗୋଡିପଡା ରେ ଚଢାଉ କରି ଜଣେ ଅଭିଯୁକ୍ତ କୁ ଧରିବାକୁ ସକ୍ଷମ ହୋଇଥିଲେ । ସେହି ଅଭିଯୁକ୍ତ ର ତଥ୍ୟ କୁ ଆଧାର କରି ନୟାଗଡ ଯୈାତୁକପାଟଣା ରୁ ଅନ୍ୟ ଦୁଇଜଣ ଅଭିଯୁକ୍ତ ଙ୍କୁ ଧରିବାକୁ ସକ୍ଷମ ହୋଇଥିଲେ । ଅଟକ ୩ ଜଣ ଙ୍କୁ ରଣପୁର ଥାନା ରେ ପଚରା ଉଚରା ଜାରି ରହିଛି । ପୋଲିସ ତଦନ୍ତ ରେ ବାଧା ଉପୁଯିବା ନେଇ ଅଧିକ ତଥ୍ୟ ଦେବାକୁ ମନା କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.