Home କୋରାପୁଟ ନିଯୁକ୍ତି ଦାବିରେ କୋରାପୁଟ ଜିଲ୍ଲାପାଳଙ୍କୁ ଭେଟିଲେ ଜମିର ଉତରାଧିକାରୀ

ନିଯୁକ୍ତି ଦାବିରେ କୋରାପୁଟ ଜିଲ୍ଲାପାଳଙ୍କୁ ଭେଟିଲେ ଜମିର ଉତରାଧିକାରୀ

65

କୋରାପୁଟ ୨୮-୦୬(ଓଡିଆ ପୁଅ /ରଂଜନ ଦାସ) ନନ୍ଦପୁର ବ୍ଲକ ଅନ୍ତର୍ଗତ ରାଇସିଂ ସେବା ଶ୍ରମ ଆମପିତୃ ଅର୍ଜିତ ଜମିରେ ନିର୍ମାଣ କରାଯାଇଥିବାରୁ ଆମକୁ କ୍ଷତିଗସ୍ତ ଜମିହରା ଭାବରେ ଗ୍ରହଣ କରି ଉତରାଧିକାରୀ ଦୁଇ ପରିବାରର ୩ ଜଣଙ୍କୁ ନିଯୁକ୍ତି ଦେବାକୁ ଦାନୁ ମୁଦୁଲିଙ୍କ ପୁତ୍ର ଅର୍ଜୁନ ମୁଦୁଲି ଓ ରବିନ୍ଦ୍ରନାଥ ମୁଦୁଲିଙ୍କ ପୁତ୍ର ପବିତ୍ର ମୁଦୁଲି  ଜିଲ୍ଲାପାଳ ଅବଦ୍ଦାଲ ଏମ ଅକତରଙ୍କୁ ଭେଟି ଦାବି କରିଛନ୍ତି ।ନିଯୁକ୍ତି ନିମନ୍ତେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ ।କିନ୍ତୁ ଆଜି ପର୍ଯ୍ୟନ୍ତ ବିଭାଗ ଦ୍ୱାରା  ଥଇଥାନ କରାଯାଇ ନ ଥିବାରୁ ସେମାନେ ଆଜି ଜିଲ୍ଲାପାଳ , କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ,କୋରାପୁଟ ଉପଜିଲ୍ଲାପାଳ ଓ କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି ।ଯଦି ନିଯୁକ୍ତି ଦିଆ ନ ଯିବ ତେବେ ଦୁଇ ପରିବାରର ସଦସ୍ୟ ମିଳିତଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି  ପ୍ରକାଶ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.