Home ଓଡ଼ିଶା କରୋନା କାଳ ରେ ଜି.ଆର୍‌.ଏସ୍‌. ଦରମା ନମିଳିବା ହୋଇଛି କାଳ

କରୋନା କାଳ ରେ ଜି.ଆର୍‌.ଏସ୍‌. ଦରମା ନମିଳିବା ହୋଇଛି କାଳ

101

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୦୬- ରାଜ୍ୟ ରେ କରୋନା ପ୍ରଥମ ଲହର ଓ ଦ୍ୱିତୀୟ ଲହର ପରେ ତୃତୀୟ ଲହର ଆସୁଥିବା ଯୋଗୁଁ କୋଭିଡ କଟକଣା ରେ ଲୋକ ଙ୍କ ଆର୍ଥିକ ମାନଦଣ୍ଡ ଭୁଶୁଡି ପଡିଛି । ବଜାର ଦର ଦେଖି ଡର ଲାଗୁଥିବା ବେଳେ ୧୬ ମାସ ଧରି ଦରମା ନପାଇ ଗ୍ରାମ ରୋଜଗାର ସେବକ ଙ୍କ ପରିବାର ର ଅବସ୍ଥା ଦୁର୍ଦିନ ରେ ରହିଥିବା ଜଣାପଡିଛି । ନୟାଗଡ ଜିଲ୍ଲା ରଣପୁର ବ୍ଲକ ରେ ଏ ଭଳି ଘଟଣା ଦେଖିବାକୁ ମିଳିଛି । ରଣପୁର ବ୍ଲକ ର ୩୭ ଗୋଟି ଗ୍ରାମପଞ୍ଚାୟତ ରେ ୩୦ ଜଣ ଗ୍ରାମ ରୋଜଗାର ସେବକ ଓ ସେବିକା କାର୍ଯ୍ୟ କରୁଛନ୍ତି । ସେମାନେ ମାସିକ ୭ ହଜାର ୨ଶହ ଟଙ୍କାର ଠିକା ନିଯୁକ୍ତି ପାଇଥିଲେ । ଗତ ୨୦୨୦ ନଭେମ୍ବର ରୁ ସେମାନଙ୍କ ଦରମା ମାସିକ ୮ ହଜାର ୫ ଶହ ଟଙ୍କା ରୁ ୮ ହଜାର ୮ ଶହ ୮୫ଟଙ୍କା ହୋଇଅଛି । ପୁର୍ବ ଦରମା କୁ ନେଇ ଠିକା ଚାକିରୀ ରେ ପରିବାର ଚଳାଇବା କଷ୍ଟକର ହୋଇଡୁଥିବା ବେଳେ କରୋନା ଦାଉ ସାଜିଛି ।

ଗତ ୨୦୨୦ ମସିହା ମାର୍ଚ୍ଚ ମାସ ରୁ କରୋନା କଟକଣା ଏ ଯାଏଁ ପ୍ରାୟତଃ ଲାଗି ରହିଛି । ତେଲ ଦର ଠାରୁ ଆରମ୍ଭ କରି ରାସନ ସାମଗ୍ରୀ ପର୍ଯ୍ୟନ୍ତ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଯାହାକୁ ନେଇ ମଧ୍ୟବିତ୍ତ ପରିବାର ଗୁଡିକ ବଜାର ଦେଖି ଭୟ କରୁଛନ୍ତି । ଏ ଭଳି ପରିସ୍ଥିତି ରେ ୧୬ ମାସ ହେଲା ଦରମା ନପାଇ ରଣପୁର ବ୍ଲକ ର ୩୦ ଗୋଟି ଗ୍ରାମ ରୋଜଗାର ସେବକଙ୍କ ପରିବାର ଦୁର୍ଦିନ ରେ କାଳ କାଟୁଛନ୍ତି । ପିଲା ଙ୍କ ପାଠ ପଢା ତ ଦୂର ର କଥା ପେଟ କୁ ଦି ମୁଠା ଖାଇବାକୁ ଯୋଗଇ ପାରୁନାହିଁନ୍ତି । କରୋନା କଟକଣା ରେ ଦୋକାନ ବଜାର ବନ୍ଦ ଥିବା ବେଳେ ଯାହା ବି ଦୋକାନ ଖୋଲୁଛି କେହି ବି ବାକି ଦେବାକୁ ନାରାଜ । ଏ ସର୍ମ୍ପକେ ରଣପୁର ବ୍ଲକ ଅତିରିକ୍ତ ପ୍ରକଳ୍ପ ଅଧିକାରୀ କାଳୁ ଚରଣ ସାହୁ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଗ୍ରାମ ରୋଜଗାର ସେବକ ମାନଙ୍କ ପାଇଁ ଦରମା ନିମିତ ଅନୁଦାନ ଆସିନଥିଲା  । ଏବେ ଅନୁଦାନ ଆସିଛି କାଗଜ ପତ୍ର ଚାଲିଛି  । ଖୁବଶୀଘ୍ର ସେମାନଙ୍କୁ ଦରମା ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.