Home ଓଡ଼ିଶା ରଣପୁର ପୋଲିସ୍ ଦ୍ୱାରା ପୁଣି ଦୁଇ ବ୍ରାଉନ୍ ସୁଗାର କିନ୍‌ପିନ୍ ଗିରଫ

ରଣପୁର ପୋଲିସ୍ ଦ୍ୱାରା ପୁଣି ଦୁଇ ବ୍ରାଉନ୍ ସୁଗାର କିନ୍‌ପିନ୍ ଗିରଫ

253

ନୟାଗଡ/୨୭/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରଣପୁର ଥାନା ପୋଲିସ୍ ଦ୍ୱାରା ଗୋଟିଏ ସପ୍ତାହରେ ଦୁଇ ଦୁଇଟି ବ୍ରାଉନ୍ ସୁଗାର ମାମଲା ଋଜୁ ହୋଇଥିବା ଜଣା ପଡିଛି । ଗତ ୨୪ ଜାନୁୟାରୀରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ରଣପୁର ଚମ୍ପତିପୁର ନିକଟ ଆଖଣ୍ଡଳମଣୀ ମନ୍ଦିର ନିକଟରେ ଏହି ବ୍ରାଉନ୍ ସୁଗାର ବେପାରୀଙ୍କ ଭେଟଭାଟ ହୋଇଥାଏ । ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ଏହି ଅଂଚଳରେ ନଜର ରଖିଥିଲେ ।

ଜାନୁୟାରୀ ୨୭ ତାରିଖ ଦିନ ପୁଣି ୨ଜଣ ବ୍ରାଉନ୍ ସୁଗାର ବେପାରୀଙ୍କୁ ଗିରଫ କରିବାରେ ପୋଲିସ୍ ସକ୍ଷମ ହୋଇଛି । ଗିରଫ ୨ଜଣ ହେଲେ ନୟାଗଡର ନିରଂଜନ ମହାରଣା ଓ ସନ୍ତୋଷ କୁମାର ଦାସ । ଉଭୟଙ୍କଠାରୁ ୯ଗ୍ରାମ୍ ବ୍ରାଉନ୍ ସୁଗାର ଓ ୧୫୦୦ ଟଙ୍କା ଜବତ ହୋଇଥିବା ପୋଲିସ୍ ଠାରୁ ସୁଚନା ମିଳିଛି । ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶଙ୍କ ସହ ଯୋଗା ଯୋଗ କରିବା ପରେ ରଣପୁରରେ ଏହା ହେଉଛି ଅଧିକ ମାତ୍ରାରେ ବ୍ରାଉନ୍ ସୁଗାର ଜବତ । ଏମାନଙ୍କ ଅନ୍ୟ ସହଯୋଗୀଙ୍କୁ ବହୁ ଶୀଘ୍ର ଧରାଯିବ । ଏହି ଗିରଫଦାରୀ ଦ୍ୱାରା ପୋଲିସ୍ ପ୍ରଶାସନ ପ୍ରତି ଜନସାଧାରଣଙ୍କର ଆସ୍ଥା ବଢିଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.