Home ଓଡ଼ିଶା ଯୁବା ନେତ୍ରୀଙ୍କୁ ମିଳିବ ବିଜେପି ଯୁବ ମୋର୍ଚ୍ଚା ଦାୟିତ୍ୱ ?

ଯୁବା ନେତ୍ରୀଙ୍କୁ ମିଳିବ ବିଜେପି ଯୁବ ମୋର୍ଚ୍ଚା ଦାୟିତ୍ୱ ?

424

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ଚୟନ ସରିଛି । ଏହାପରେ ରାଜ୍ୟ ଟିମ୍ ଏବଂ ବିଭିନ୍ନ ମୋର୍ଚ୍ଚା ପାଇଁ ପ୍ରମୁଖ ଚୟନ ହେବେ । ଯୁବ ମୋର୍ଚ୍ଚା ବିଜେପିର ଏକ ଗୁରୁତ୍ୱ ପୂର୍ଣ୍ଣ ମୋର୍ଚ୍ଚା ଅଟେ । ଟଙ୍କଧର ତ୍ରିପାଠୀ ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଥିଲେ । ତାଙ୍କର ପ୍ରଦର୍ଶନ ସେପରି ସଫଳ ନଥିଲା । କିନ୍ତୁ, ସେ ପୁଣି ରିପିର୍ଟ ହେବାକୁ ଚେଷ୍ଟାରେ ଥିବା କୁହାଯାଉଛି । ଟଙ୍କଧର ଧର୍ମେନ୍ଦ୍ରଙ୍କ ଗୋଷ୍ଠୀର ଏବଂ ତାଙ୍କର ପରମ ଅନୁଗତ । ରାଜ୍ୟ ସଭାପତି ଚୟନ ପ୍ରିକ୍ରିୟାକୁ ଅନୁଧ୍ୟାନ କଲେ ଯୁବ ମୋର୍ଚ୍ଚା ପାଇଁ ଟଙ୍କଧର ରିପିର୍ଟ ହେବାର ସମ୍ଭାବନା ମଧ୍ୟ ରହୁଛି । ଏହାସହ ଯୁବ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଥିବା ବିଶ୍ଵରଞ୍ଜନ ବଡ଼ଜେନାଙ୍କ ପରି କିଛି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ରେସରେ ଅଛନ୍ତି ।

ତେବେ, ଏହା ସହ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ପଦ ପାଇଁ କିଛି ମହିଳା ଯୁବା ନେତ୍ରୀଙ୍କ ନାମ ଆଲୋଚନା ହେଉଛି । ଏଥିରେ ସବୁଠୁ ଅଧିକ ଆଲୋଚନା ଭିତରେ ଲୁଲୁ ତନୟା ଉପାସନା ମହାପାତ୍ରଙ୍କ ନାମ ସର୍ବାଗ୍ରେ ରହିଛି । ଦଳରେ ନୂଆ ହେଲେ ମଧ୍ୟ ଧର୍ମେନ୍ଦ୍ରଙ୍କ ପ୍ରତି ଥିବା ଆନୁଗତ୍ୟ କାରଣରୁ ଏବଂ ବିଜେପି ସମେତ ମହିଳା ମୋର୍ଚ୍ଚା ଏବଂ ଯୁବ ମୋର୍ଚ୍ଚା ଆଦି ପ୍ରତ୍ୟେକ କ୍ଷେତ୍ରରେ ଧର୍ମେନ୍ଦ୍ର ନିଜର ପ୍ରଭାବ ରଖିବା ପାଇଁ ଉପାସନା ମହାପାତ୍ରଙ୍କୁ ଯୁବମୋର୍ଚ୍ଚା ସଭାପତି କରି ପାରନ୍ତି ବୋଲି ଆଲୋଚନା ହେଉଛି । ଏମିତିରେ କିନ୍ତୁ ଏଥିରେ ଏକ ବଡ଼ ରିସ୍କ ରହିଛି । କାରଣ ଏପରି ହେଲେ ସଙ୍ଗଠନ ଭିତରେ ଯୁବା ମାନଙ୍କ ଭିତରେ ଏକ ବଡ଼ ବିଦ୍ରୋହ ହେବାର ସମ୍ଭାବନା ରହିଛି । ଯାହା ହୁଏତ ଧର୍ମେନ୍ଦ୍ରଙ୍କୁ ମହଙ୍ଗା ପଡ଼ିପାରେ । କାରଣ ଉପାସନା ନବାଗତା ହୋଇଥିବାରୁ କ୍ୟାଡର ବେସ୍ ବିଜେପି ସଙ୍ଗଠନ ବାବଦରେ ତାଙ୍କର ସେପରି ଜ୍ଞାନ ହୋଇନାହିଁ । କେବଳ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ଧ୍ୟାନ ଦେବା କିମ୍ବା ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମଞ୍ଚାସୀନ ହେବା, ଏବଂ ତାଙ୍କ ପ୍ରଶଂସା କରିବା ବ୍ୟତିତ ଅନ୍ୟ କୌଣସି ଦଳୀୟ ତଥା ସାଙ୍ଗଠନିକ କାମରେ ତାଙ୍କୁ ସେପରି ଦେଖିବାକୁ ମିଳୁନି । ତେବେ, ଏହା ସହ ଆଉ ଦୁଇ ଜଣ ମହିଳା ନେତ୍ରୀ ରଶ୍ମିରେଖା ଦାସ ଏବଂ ମନସ୍ମିତା ଖୁଣ୍ଟିଆଙ୍କ ନାମ ଯୁବ ମୋର୍ଚ୍ଚା ସଭାପତି ପାଇଁ ମଧ୍ୟ ଆଲୋଚନା ହେଉଛି । ରଶ୍ମିରେଖା ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ଥିବା ବେଳେ ମନସ୍ମିତା ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ । ଉଭୟ ନେତ୍ରୀ ଭଲ ବକ୍ତା, ଭଲ ସଙ୍ଗଠିକା ଏବଂ ଖୁବ୍ ଆଗ୍ରେସିଭ୍ । ଉଭୟ ନିଜ ନିଜ କ୍ଷେତ୍ରରେ ନିଜର ଦକ୍ଷତା ଦେଖାଇ ସାରିଛନ୍ତି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ମଧ୍ୟ ଉଭୟଙ୍କର ବ୍ୟାକଗ୍ରାଉଣ୍ଡ । ଜଣେ ମହିଳା ଯୁବା ନେତ୍ରୀ ପୁନମ ମହାଜନ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଦାୟିତ୍ୱ ତୁଲାଇ ସାରିଛନ୍ତି । ଏମିତିରେ ଓଡ଼ିଶାରେ ମହିଳା ମୋର୍ଚ୍ଚା ସବୁଠାରୁ ସକ୍ରିୟତାର ସହ ନିଜର ପ୍ରଦର୍ଶନ ଦେଖାଇସାରିଛି । ତେଣୁ ଯଦି ଯୁବ ମୋର୍ଚ୍ଚା ପାଇଁ ଜଣେ ମହିଳା ଯୁବା ନେତ୍ରୀ ଖୋଜାଯାଏ, ତେବେ ମହିଳା ମୋର୍ଚ୍ଚାର ରଶ୍ମିରେଖା କିମ୍ବା ମନସ୍ମିତାଙ୍କ ପରି ସକ୍ରିୟ ତଥା ଦକ୍ଷ ଯୁବା ନେତ୍ରୀଙ୍କୁ ଯୁବ ମୋର୍ଚ୍ଚା ଦାୟିତ୍ୱ ଦିଆଯାଇ ପାରେ ବୋଲି ମଧ୍ୟ ଆଲୋଚନା ହେଉଛି । /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.