Home ଜିଲ୍ଲା ପରିକ୍ରମା ରଣପୁର ନିର୍ବାଚନ ମଣ୍ଡଳୀର ୨୨ ନଂ ଜୋନ୍‌ରେ କଡା ମୁକାବିଲା

ରଣପୁର ନିର୍ବାଚନ ମଣ୍ଡଳୀର ୨୨ ନଂ ଜୋନ୍‌ରେ କଡା ମୁକାବିଲା

49

ନୟାଗଡ ୧୧/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲାର ରଣପୁର ନିର୍ବାଚନ ମଣ୍ଡଳୀ ୬ ଗୋଟି ଜିଲ୍ଲା ପରିଷଦ ଜୋନ୍ କୁ ନେଇ ଗଠିତ। ଓଡଗାଁ ବ୍ଲକର ୩ ଓ ୪ ନଂ ଜୋନ୍ ରଣପୁର ବ୍ଲକର ୨୧, ୨୨, ୨୩ ଓ ୨୪ ନଂ ଜୋନ୍। ୬ ଗୋଟି ଜୋନ୍ ମଧ୍ୟରୁ ୫ ଗୋଟି ଜୋନ୍ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ କେବଳ ୨୨ ନଂ ରାଜସୁନାଖଳା ଜୋନ୍ ଅଣସଂରକ୍ଷିତ ରହିଛି। ନୟାଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦବୀ ମଧ୍ୟ ଅଣସଂରକ୍ଷିତ ରହିଛି। ତେଣୁ ରଣପୁର ବ୍ଲକର ସବୁ ଦଳର ଆଖି ରାଜସୁନାଖଳା ଜୋନ୍ ଉପରେ। ରାଜସୁନାଖଳା ଜୋନ୍ କୁ ସବୁ ଦଳ ପାଇଁ ସମ୍ମାନର ପ୍ରଶ୍ନ ଉଠିଛି। କଂଗ୍ରେସ ଦଳ ପ୍ରଶନ୍ନ କୁମାର ସୁବୁଦ୍ଧି ଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀଭାବେ ନିଜ ଦଳର ସ୍ଥିତି ପରଖୁଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍ସ୍କବାଦୀ) ମାନ୍ୟବର ଉଚ୍ଚ ନ୍ୟାୟାଳୟର ଆଇନଜିବୀ କବିରାଜ ପ୍ରଧାନଙ୍କୁ ପ୍ରାର୍ଥି ଦେଇ ଦଳପ୍ରତି ଆସ୍ଥା ବଢାଇବାକୁ ଚେଷ୍ଠା କରୁଛି। ବିଜୁ ଜନତା ଦଳ ରଣପୁର ବ୍ଲକର ପୁର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କୁ ପ୍ରାର୍ଥି କରିଛି। ସେ ପୁର୍ବରୁ ୧୯୯୨ ରୁ ୧୯୯୫ ମଧ୍ୟରେ ବ୍ରଜରାଜପୁର ଗ୍ରାମପଞ୍ଚାୟତର ସମିତି ସଭ୍ୟ ଥିଲେ। ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଭ୍ୟ ଭାବେ ୨୦୦୦ ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ରହିଥିଲେ। ରାଜସୁନାଖଳା ଜୋନ୍ ର ୧୦ ଗୋଟି ଗ୍ରାମପଞ୍ଚାୟତ ରେ ଭୁତଳ ଜଳ ବିନିଯୋଗ ହୋଇପାରୁନାହିଁ।

ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କଳା ତାଲିକାରେ ଏହି ଜୋନ୍ ରହିଅଛି। ତେଣୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ୧୭୦ କୋଟି ଟଙ୍କା ବ୍ୟୟ ବିନିମୟରେ ମହାନଦୀର ପଦ୍ମାବତି ଠାରୁ ହେବାକୁ ଥିବା ପାନୀୟଜଳ ଯୋଗାଣ ପ୍ରସ୍ତାବକୁ ତ୍ୱରାନ୍ନିତ କରିବା ସହ ରାଜସୁନାଖଳା କୁ ବିଜ୍ଞାପିତ ଅଂଚଳ ଘୋଷଣା କରିବା ମୁଦା ନେଇ ନିର୍ବାଚନ ଲଢୁଛନ୍ତି। ସମସ୍ତ ୧୦ ଗୋଟି ପଞ୍ଚାୟତରେ ଆଗରେ ରହି ୩ ହଜାରରୁ ୩୫୦୦ ଭୋଟରେ ବିଜୟ ଲାଭ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରୁଛନ୍ତି। ସେହିଭଳି ଭାବରେ ଭାରତୀୟ ଜନତା ପାର୍ଟି ମହେନ୍ଦ୍ର କୁମାର ସାହୁଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଦେଇଛି। ସେ ୨୦୧୨ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ରାଜସୁନାଖଳା ଗ୍ରାମପଞ୍ଚାୟତର ସମିତିସଭ୍ୟ ଥିଲେ। ମହେନ୍ଦ୍ର ସାହୁ ୧୦ ଗୋଟି ଗ୍ରାମପଞ୍ଚାୟତରୁ ୭ ଗୋଟି ଗ୍ରାମପଞ୍ଚାୟତରେ ଆଗରେ ରହି ୪ ହଜାର ରୁ ୫ ହଜାର ଭୋଟରେ ବିଜୟ ଲାଭ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରୁଛନ୍ତି। ୨୦୧୭ ମସିହାରୁ ୨୦୨୨ ପର୍ଯ୍ୟନ୍ତ ରାଜସୁନାଖଳା ଜୋନ୍ ରୁ ଭାରତୀୟ ଜନତା ପାର୍ଟି ର ନେତ୍ରୀ ଭୂବନେଶ୍ୱରୀ ସାହୁ ବିଜୟଲାଭ କରିଥିଲେ। ତେଣୁ ଭାରତୀୟ ଜନତା ପାର୍ଟି ପୁର୍ବ ସ୍ଥିତି ବଜାୟ ରଖିବ ବୋଲି କୁହାଯାଉଛି। ବିଜେଡି ଓ ବିଜେପି ମଧ୍ୟରେ ସିଧା ସଳଖ ପ୍ରତିଦ୍ୱନ୍ଦିତା ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମତ ରଖୁଛନ୍ତି। ତଥାପି ସମୟ କହିବ କିଏ ରାଜସୁନାଖଳା ଜୋନ୍ କୁ ଅକ୍ତିଆର କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.