Home ଜିଲ୍ଲା ପରିକ୍ରମା ରଣପୁରରେ ବୁଲିଲା କୋଭିଡ୍ ୧୯ ସଚେତନତା ରଥ

ରଣପୁରରେ ବୁଲିଲା କୋଭିଡ୍ ୧୯ ସଚେତନତା ରଥ

60

ନୟାଗଡ ୦୯/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ସାରା ରାଜ୍ୟରେ କରୋନା ତାର ରୂପ ବଦଳାଇ କାୟାବିସ୍ତାର କରୁଥିବା ବେଳେ ନୟାଗଡ ଜିଲ୍ଲା ତରଫରୁ ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡ୍ ପକ୍ଷରୁ କୋଭିଡ୍ ୧୯ ସଚେତନତା ରଥ ଶୁଭାରମ୍ଭ ପରେ ପ୍ରଥମେ ରଣପୁର ବ୍ଲକରେ ବୁଲି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଜଣାପଡିଛି।

ରଣପୁର ବ୍ଲକ ସମନ୍ୱିତ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ବ୍ରହ୍ମୋତ୍ରୀ ମିଶ୍ର ଓ ସୁପରଭାଇଜର୍ ମାନେ ରଣପୁର ବ୍ଲକ ରେ ଶୁଭାରମ୍ଭ କରି ୩୭ ଗୋଟି ଗ୍ରାମପଞ୍ଚାୟତ କୁ ପଠାଇଥିବା ଜଣାପଡିଛି। ଏହି ରଥ ସମସ୍ତ ଗ୍ରାମପଞ୍ଚାୟତ ଓ ଗାଁ ଗାଁ ରେ କୋଭିଡ୍ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବହାର ଓ ଟୀକା କରଣ ନିମନ୍ତେ ସଚେତନତା ସୃଷ୍ଟି କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.