Home ଜିଲ୍ଲା ପରିକ୍ରମା ବର୍ଷାଭିଜା ଧାନରୁ ବାହାରୁଛି ନିମ୍ନମାନର ଚାଉଳ, ଧାନଚାଷିଙ୍କୁ ସରକାରୀ ସହାୟତା ଦାବି

ବର୍ଷାଭିଜା ଧାନରୁ ବାହାରୁଛି ନିମ୍ନମାନର ଚାଉଳ, ଧାନଚାଷିଙ୍କୁ ସରକାରୀ ସହାୟତା ଦାବି

111

ନୟାଗଡ଼ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) ୦୮/୦୨- ଚଳିତ ବର୍ଷ ବିଳମ୍ବିତ ବର୍ଷା ସାଙ୍ଗକୁ ପାଚିଲା ଧାନ ସମୟରେ ଲଗାଣବର୍ଷା ଧାନ ଚାଷିମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି। ପ୍ରତି ପଞ୍ଚାୟତରେ କ୍ଷୟକ୍ଷତିର ଆକଳନ ହୋଇ ଜିଲ୍ଲା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। କିନ୍ତୁ ସରକାରୀ ସହାୟତା ଏଯାଏଁ ମିଳିନଥିବା ବେଳେ ଧାନ ଅମଳ ବ୍ୟୟ ବହୁଳ ହୋଇପଡିଛି। ଧାନ କ୍ୟୁଣ୍ଟାଲ ପିଛା ୩ ହଜାରରୁ ଉର୍ଦ୍ଧ ଖର୍ଚ୍ଚ ହେଉଥିବା ବେଳେ ସରକାର ଧାନ କ୍ୟୁଣ୍ଟାଲ ପିଛା ୧୯୪୦ ଟଙ୍କା ମୁଲ୍ୟ ଧାର୍ଯ୍ୟ କରିଛନ୍ତି। କିନ୍ତୁ ସରକାର ଧାନ କିଣିବା ବେଳେ ସମବାୟ ସମିତି, ଧାନର ମାନ ନିର୍ଦ୍ଧାରକ ଓ ମିଲର ମାନଙ୍କ ଅସାଧୁ ମେଣ୍ଟ ଯୋଗୁଁ ଧାନ କିଣିଲା ବେଳେ କ୍ୟୁଣ୍ଟାଲ ପିଛା ୧୦ ରୁ ୧୨ କିଲୋ କଟଣି ଛଟଣି ହେଉଛି। ନହେଲେ ଧାନ ଫେରସ୍ତ କରାଯାଉଛି।

ଗାଁ ଗାଁରେ ଦଲାଲମାନେ ଧାନ କ୍ୟୁଣ୍ଟାଲ ପିଛା ୧,୨୫୦ ଟଙ୍କାରେ କିଣି ଚାଲିଛନ୍ତି। ଏ ବର୍ଷାଭିଜା ଧାନ ଚାଉଳ ବାହାର କଲାବେଳେ କଳା ଓ ନାଲି ଚାଉଳ ଶତକଡା ୫୦ ପ୍ରତିଶତ ବାହାରୁଛି। ଯାହାଫଳରେ ସେ ଚାଉଳ ରୋଷେଇ କରି ଖାଦ୍ୟ ଉପଯୋଗୀ ହେଉନାହିଁ। ଘରେ ଘରେ ଏଭଳି ଅବସ୍ଥା। ମିଲରମାନେ ଏଭଳି ନିମ୍ନମାନର ଚାଉଳ ଖାଦ୍ୟ ନିଗମ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି। ଧାନଚାଷରେ କ୍ଷତି ସହିଥିବା କୃଷକମାନଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରାନଗଲେ ରଣପୁର ଅଂଚଳର କୃଷକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ରଣପୁର ବ୍ଲକ ନବ ନିର୍ମାଣ କୃଷକ ସଂଗଠନର ରଣପୁର ବ୍ଲକ ସଂଯୋଜକ ଅଜୟ କୁମାର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.