Home ଓଡ଼ିଶା ରଣପୁର ଥାନା ରୁ ଚମ୍ପଟ ମାରିଥିବା ମୋବାଇଲ ଲୁଟେରା ପୁଣି ଗିରଫ

ରଣପୁର ଥାନା ରୁ ଚମ୍ପଟ ମାରିଥିବା ମୋବାଇଲ ଲୁଟେରା ପୁଣି ଗିରଫ

41

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୫/୧୧- ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳ ରେ ମୋବାଇଲ୍ ଲୁଟିନେବା ଘଟଣା ପୋଲିସ ର ମୁଣ୍ଡ ବିନ୍ଧା ର କାରଣ ପାଲଟିଥିଲା । ନିକଟରେ ଥିବା ସି ସି ଟିଭି ଫୋଟେଜ୍‌  କୁ ଆଧାର କରି ପୋଲିସ ୨ ମୋବାଇଲ ଚୋର ଙ୍କୁ ଗିରଫ କରିବା ସହ  ଚୋରୀ ହୋଇଥିବା ୨ ମୋବାଇଲ୍ ଓ ମୋବାଇଲ ଚୋରୀ ରେ ବ୍ୟବହୃତ ମୋଟର ସାଇକେଲ କୁ ଜବତ କରିଛି । ଗିରଫ ହୋଇଥିବା ୨ଅଭିଯୁକ୍ତ ହେଲେ ଚନ୍ଦନ  ରଥି ଓ ରାଜେନ୍ଦ୍ର ରଥି । ଘଟଣା ରୁ ପ୍ରକାଶ ଗତ ନଭେମ୍ବର ୧୨ ତାରିଖ ଦିନ ସକାଳୁ ଜଣେ ଘରୋଇ ସ୍କୁଲ ର ଶିକ୍ଷୟତ୍ରୀ ଓ ଜଣେ ଯୁବକ ଠାରୁ ବାଇକ୍ ଯୋଗେ ୨ ଲୁଟେରା ମୋବାଇଲ ଲୁଟ୍ କରିଥିବା ନେଇ ରଣପୁର ଥାନା ରେ ଅଭିଯୋଗ ହୋଇଥିଲା ।


ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ସି ସି ଟିଭି ଫୋଟେଜ୍ କୁ ଆଧାର କରି ପ୍ରଥମେ ରାଜେନ୍ଦ୍ର ରଥି କୁ ଥାନା ରେ ଅଟକ ରଖି ପଚରା ଉଚରା ଜାରି ରଖିଥିଲେ । କିନ୍ତୁ ଗତ ନଭେମ୍ବର ୧୪ ତାରିଖ ରାତି ୧୦ ଘଟିକା ସମୟରେ ଥାନା ରୁ ରାଜେନ୍ଦ୍ର ରଥି  ଚମ୍ପଟ ମାରିଥିଲା । ପୋଲିସ ଆଖିରୁ  ନିଦ ହଜି ଯାଇଥିଲା । ପୋଲିସ ରାଜେନ୍ଦ୍ର ରଥି ଙ୍କ ଘରେ ଚଢାଉ କରି ରାଜେନ୍ଦ୍ର ସାନ ଭାଇ ଚନ୍ଦନ ରଥି କୁ ମଧ୍ୟ ଗିରଫ କରିଥିଲା । ରାତି ସାରା ଖୋଜିବା ପରେ ଥାନା ରୁ ଚର୍ମ୍ପଟ ମାରିଥିବା ରାଜେନ୍ଦ୍ର ରଥି କୁ  ଚାନ୍ଦପୁର ଥାନା ବାରଙ୍ଗଗାଡିଆ ଗ୍ରାମ ରୁ ପୁଣି ଗିରଫ କରିଥିଲା । ଉଭୟ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିବା ପରେ ଅଭିଯୁକ୍ତ ଙ୍କ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ୍ ହାଜତ କୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.